ଦେଶ ବିଦେଶ

Delhi: ଦିଲ୍ଲୀରେ ଆରମ୍ଭ ହେଲା ‘ନମୋ ଯମୁନା ରିଭର ସଫାରୀ’: ଯମୁନାନଦୀରେ ଆମୋଦଦାୟକ କ୍ରୁଜ୍ ସେବାର ଶୁଭାରମ୍ଭ

ରାଜଧାନୀ ଦିଲ୍ଲୀରେ ନଦୀ ପର୍ଯ୍ୟଟନକୁ ଏକ ନୂଆ ଦିଗ ଦେବା ପାଇଁ ଯମୁନା ନଦୀରେ ପ୍ରଥମ ଆମୋଦଦାୟକ କ୍ରୁଜ୍ ସେବା 'ନମୋ ଯମୁନା ରିଭର ସଫାରୀ' ଆରମ୍ଭ ହୋଇଛି।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନଦୀ ପର୍ଯ୍ୟଟନକୁ ଏକ ନୂଆ ଦିଗ ଦେବା ପାଇଁ ଯମୁନା ନଦୀରେ ପ୍ରଥମ ଆମୋଦଦାୟକ କ୍ରୁଜ୍ ସେବା ‘ନମୋ ଯମୁନା ରିଭର ସଫାରୀ’ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ସୋନିଆ ବିହାରଠାରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ସେବାର ଆନୁଷ୍ଠାନିକ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ଉପ-ରାଜ୍ୟପାଳ ସରଦାର ତରନ୍‌ଜିତ୍ ସିଂହ ସନ୍ଧୁ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟ ଆକର୍ଷଣ ଓ ସୂଚନା:
ରୁଟ୍ ଓ ଦୂରତା: ଏହି କ୍ରୁଜ୍ ସେବା ସୋନିଆ ବିହାରରୁ ଜଗତପୁର ମଧ୍ୟରେ ୬ କିଲୋମିଟର ଦୂରତା ଅତିକ୍ରମ କରିବ।
ସମୟ ଓ ଯାତ୍ରା: ପ୍ରାୟ ୪୦ ମିନିଟ୍‌ର ଏହି ଯାତ୍ରାରେ ପର୍ଯ୍ୟଟକମାନେ ଯମୁନା ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।
ଟିକେଟ୍ ମୂଲ୍ୟ: ଯାତ୍ରା ପାଇଁ ଜଣକ ପିଛା ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ସମୟ: ସକାଳ ୯:୦୦ ରୁ ରାତି ୯:୦୦ ପର୍ଯ୍ୟନ୍ତ
ଯାତ୍ରୀ କ୍ଷମତା: ପ୍ରତ୍ୟେକ କ୍ରୁଜ୍‌ରେ ସର୍ବାଧିକ ୩୦ ଜଣ ଯାତ୍ରୀ
ଟିକେଟ୍ ବୁକିଂ: ​​ଦିଲ୍ଲୀ ପର୍ଯ୍ୟଟନ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ

ପରିବେଶ ଅନୁକୂଳ ସେବା: ଏହି ସଫାରୀରେ ଇଲେକ୍ଟ୍ରିକ୍ ବୋଟ୍‌ ବ୍ୟବହାର କରାଯାଉଛି, ଯାହା ଦ୍ୱାରା ନଦୀରେ ପ୍ରଦୂଷଣ ହେବ ନାହିଁ। ଏହି ପ୍ରକଳ୍ପ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ (IWAI), ଦିଲ୍ଲୀ ଉନ୍ନୟନ ପ୍ରାଧିକରଣ (DDA) ଏବଂ ଦିଲ୍ଲୀ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହୋଇଛି। ନଦୀ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ଦିଲ୍ଲୀବାସୀ ଓ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ନୂତନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button