ଖେଳ
Asian Modern Pentathlon: ଏସୀୟ ମଡର୍ଣ୍ଣ ପେଣ୍ଟାଥଲନ: ଭାରତୀୟ ଦଳରେ ଓଡ଼ିଶାରୁ ୮
ୟୁଏଇରେ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଏସୀୟ ମଡର୍ଣ୍ଣ ପେଣ୍ଟାଥଲନ ପ୍ରତିଯୋଗିତାରେ ଭାରତରୁ ଓଡ଼ିଶାର ୮ ଜଣ ପ୍ରତିନିଧିତ୍ବ କରିବେ। ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୬ ଜଣ ଖେଳାଳି ପ୍ରଣବ ଦାସ, ମହମ୍ମଦ ଅମନ, ଅମିୟ କୁମାର ପ୍ରଧାନ, ଆରବ ଚିଦାନନ୍ଦ ସ୍ବାଇଁ, ବେଦାଂଶ ଦେବ ପଣ୍ଡା, ରାୟଗୁରୁ ସୂର୍ଯ୍ୟାଂଶ ମହାପାତ୍ର ଭାଗନେବେ।

ଭୁବନେଶ୍ବର: ୟୁଏଇରେ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଏସୀୟ ମଡର୍ଣ୍ଣ ପେଣ୍ଟାଥଲନ ପ୍ରତିଯୋଗିତାରେ ଭାରତରୁ ଓଡ଼ିଶାର ୮ ଜଣ ପ୍ରତିନିଧିତ୍ବ କରିବେ। ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୬ ଜଣ ଖେଳାଳି ପ୍ରଣବ ଦାସ, ମହମ୍ମଦ ଅମନ, ଅମିୟ କୁମାର ପ୍ରଧାନ, ଆରବ ଚିଦାନନ୍ଦ ସ୍ବାଇଁ, ବେଦାଂଶ ଦେବ ପଣ୍ଡା, ରାୟଗୁରୁ ସୂର୍ଯ୍ୟାଂଶ ମହାପାତ୍ର ଭାଗନେବେ। ଏମାନଙ୍କ ସହ ଦୁଇ ଜଣ ପ୍ରଶିକ୍ଷକ ପୂଜା ବେହେରା ଓ ମହମ୍ମଦ ଆଜମ ମଙ୍ଗଳବାର ୟୁଏଇ ଗସ୍ତ କରିଛନ୍ତି। ପୂର୍ବତନ ଲୋକସଭା ସାଂସଦ ପ୍ରସନ୍ନ କୁମାର ପାଟଶାଣୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଟାଇମ୍ସ ସ୍କଲାର୍ସ ଗୁରକୁଳର ଅଧ୍ୟକ୍ଷ ସାରଦା ପ୍ରସାଦ ମିଶ୍ର, ବାସୁଦେବ ଓଝା, ରଞ୍ଜନ କୁମାର ନନ୍ଦ, କୃଷ୍ଣଚନ୍ଦ୍ର ପଣ୍ଡା, ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ ପାଲଙ୍କ ସମେତ ରାଜ୍ୟ କ୍ରୀଡ଼ା ବିଭାଗର ଅଧିକାରୀମାନେ ଖେଳାଳିମାନଙ୍କ ସଫଳତା କାମନା କରିଛନ୍ତି।
ସୌଜନ୍ୟ ସମ୍ବାଦ




