IPL 2027: ହାର୍ଦିକ-ଅର୍ଶଦୀପ ଟ୍ରେଡ୍ ଶେଷ; ପଞ୍ଜାବ କିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେଲା ଅଦଳବଦଳ
ଗତ ତିନି ଋତୁରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଥିବା ହାର୍ଦିକ ପାଣ୍ଡ୍ୟା ଖେଳାଳି ଟ୍ରେଡ୍ରେ ୨୦୨୭ ଆଇପିଏଲ୍ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ଯାଇଛନ୍ତି। ଏହି ଦୁଇ ଫ୍ରାଞ୍ଚାଇଜିର ଖେଳାଳି ଅଦଳବଦଳ ନୀତିରେ ପଞ୍ଜାବ କିଙ୍ଗ୍ସରୁ ମୁମ୍ବାଇ ଇଣ୍ଡିଆନ୍ସ ଆସିଛନ୍ତି ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ।

ନୂଆଦିଲ୍ଲୀ: ଗତ ତିନି ଋତୁରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଥିବା ହାର୍ଦିକ ପାଣ୍ଡ୍ୟା ଖେଳାଳି ଟ୍ରେଡ୍ରେ ୨୦୨୭ ଆଇପିଏଲ୍ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ଯାଇଛନ୍ତି। ଏହି ଦୁଇ ଫ୍ରାଞ୍ଚାଇଜିର ଖେଳାଳି ଅଦଳବଦଳ ନୀତିରେ ପଞ୍ଜାବ କିଙ୍ଗ୍ସରୁ ମୁମ୍ବାଇ ଇଣ୍ଡିଆନ୍ସ ଆସିଛନ୍ତି ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ। ଗତ ସପ୍ତାହ ହେବ ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ ହୋଇଥିଲା। ବୁଧବାର ବିସିସିଆଇ ଏହାକୁ ଆନୁଷ୍ଠାନିକ ଭାବେ ସ୍ବୀକୃତି ଦେଇଛି। ପାଣ୍ଡ୍ୟା ତାଙ୍କ ପୂର୍ବ ଦର ୧୬.୩୫ କୋଟି ବଦଳରେ ପଞ୍ଜାବଠୁ ୧୮ କୋଟି ଟଙ୍କା ନେବେ।
ଅର୍ଶଦୀପ ନିଜ ପୁରୁଣା ନିଲାମ ରାଶି ୧୮ କୋଟିରେ ମୁମ୍ବାଇରେ ଯୋଗ ଦେଇଛନ୍ତି। ୨୦୧୫ରେ ମୁମ୍ବାଇରେ ଯୋଗଦେଇଥିବା ପାଣ୍ଡ୍ୟା ଏହି ବର୍ଷ ସହ ୨୦୧୭, ୨୦୧୯, ୨୦୨୦ରେ ବିଜେତା ଦଳର ସଦସ୍ୟ ରହିଥିଲେ। ଏହାପରେ ତାଙ୍କ ନେତୃତ୍ବରେ ଗୁଜରାଟ ଟାଇଟନ୍ସ ୨୦୨୨ ପଦାର୍ପଣରେ ବିଜେତା ହୋଇଥିଲା ବେଳେ ୨୦୨୩ରେ ଉପବିଜେତା ହୋଇଥିଲା।
୮୨ ୱିକେଟ୍ ଅକ୍ତିଆର
ଏହି ସଫଳତା ଯୋଗୁଁ ତଙ୍କୁ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଫେରାଇ ଆଣି ରୋହିତଙ୍କ ସ୍ଥାନରେ ନେତୃତ୍ବ ଭାର ଦେଇଥିଲା। ହେଲେ ତାଙ୍କ ନେତୃତ୍ବରେ ଦଳ ବିଫଳ ହେବାରୁ ସେ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହୋଇଥିଲା। ଅଲ୍ରାଉଣ୍ଡର ପାଣ୍ଡ୍ୟା ମୋଟ ୧୬୨ ଆଇପିଏଲ୍ ମ୍ୟାଚ୍ ଖେଳି ୧୪୬.୨୮ ଷ୍ଟ୍ରାଇକ୍ରେଟ୍ରେ ୨୯୫୫ ରନ୍ କରିଥିଲା ବେଳେ ୮୨ ୱିକେଟ୍ ଅକ୍ତିଆର କରିଛନ୍ତି।
ଅନ୍ୟପକ୍ଷରେ ଅର୍ଶଦୀପ ୨୦୧୯ରୁ ଆଇପିଏଲ୍ ପଦାର୍ପଣ ବେଳଠୁ ପଞ୍ଜାବ କିଙ୍ଗ୍ସ ସହ ରହିଛନ୍ତି। ୮ ବର୍ଷର ଆଇପିଏଲ୍ କ୍ୟାରିୟର୍ରେ ଏହି ବାମହାତୀ ଦ୍ରୁତବୋଲର ୯୬ ମ୍ୟାଚ୍ ଖେଳି ୧୧୧ ୱିକେଟ୍ ନେବା ସହ ସର୍ବକାଳୀନ ଅଗ୍ରଣୀ ୱିକେଟ୍ ହାସଲକାରୀ ହେବାର ଗୌରବ ପାଇଛନ୍ତି। ସେ ୨୦୨୫ରେ ୨୧ ଏବଂ ୨୦୨୬ରେ ସେ ୧୪ ୱିକେ୍ଟ୍ ନେଇଥିଲେ। ସେ ମଧ୍ୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ୱିକେଟ୍ ହାସଲକାରୀ।
ସୌଜନ୍ୟ ସମ୍ବାଦ




