ଦେଶ ବିଦେଶ

Punjab Election: ପଞ୍ଜାବ ନିର୍ବାଚନ ପୂର୍ବରୁ ଅକାଳୀ ଦଳର ମୁଖ୍ୟ ବାଦଲଙ୍କ ବଡ଼ ଚାଲ୍‌!

୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଛି। ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ଏବଂ ବିଜେପି ମଧ୍ୟରେ ପୁଣିଥରେ ମେଣ୍ଟ ହେବାର ସମ୍ଭାବନା ବଢ଼ିଛି। ଏଥିସହ ନିଜ ଦଳକୁ ମଜଭୁତ କରିବା ପାଇଁ ଅକାଳୀ ଦଳର ମୁଖ୍ୟ ସୁଖବୀର...

ଚଣ୍ଡିଗଡ଼: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଛି। ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ଏବଂ ବିଜେପି ମଧ୍ୟରେ ପୁଣିଥରେ ମେଣ୍ଟ ହେବାର ସମ୍ଭାବନା ବଢ଼ିଛି। ଏଥିସହ ନିଜ ଦଳକୁ ମଜଭୁତ କରିବା ପାଇଁ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ପୁରୁଣା ନେତାଙ୍କୁ ଫେରାଇ ଆଣିବା ଉଦ୍ୟମ ଆରମ୍ଭ କରିଛନ୍ତି।

ପୂର୍ବତନ ସାଂସଦ ପ୍ରେମ ସିଂହ ଚନ୍ଦୁମାଜରା ଦଳକୁ ଫେରିଥିବାବେଳେ ଶୁକ୍ରବାର (ନଭେମ୍ବର ୧୩) ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ପୂର୍ବତନ ମୁଖ୍ୟ ବିବି ଜାଗିର କୌର ମଧ୍ୟ ଫେରିବାର କାର୍ଯ୍ୟକ୍ରମ ରହିଛି। ଏହା ଦଳର ସଂଗଠନକୁ ନୂଆ ଶକ୍ତି ଦେବ ବୋଲି ଆଶା କରାଯାଉଛି। ଅକାଳୀ ଦଳ ପକ୍ଷରୁ ଘରକୁ ଘର ବୁଲି ଜନସମ୍ପର୍କ ଅଭିଯାନ ମଧ୍ୟ ଚାଲିଛି। ଦଳର ଜନକଲ୍ୟାଣ ଘୋଷଣାରେ ବାର୍ଦ୍ଧକ୍ୟ ଭତ୍ତା ୩୧୦୦ ଟଙ୍କା, ଅଟା-ଡାଲି ଯୋଜନା ଓ ବିବାହ ସହାୟତା ବାବଦରେ ଏକ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ରହିଛି।

ଆଗାମୀ କିଛି ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହେବ
ତେବେ ନିଶା କାରବାର, ଧାର୍ମିକ ଅବମାନନା ଓ ଅପରାଧୀଙ୍କ ସହ ସମ୍ପର୍କ ଅଭିଯୋଗ ଯୋଗୁଁ ଦଳର ଭାବମୂର୍ତ୍ତି ପ୍ରଭାବିତ ହୋଇଛି। ୨୦୨୨ ନିର୍ବାଚନରେ ମାତ୍ର ୩ଟି ଆସନ ଜିତିଥିଲା ଅକାଳୀ ଦଳ। ଅନ୍ୟପକ୍ଷରେ ବିଜେପି ସହ ମେଣ୍ଟ ସମ୍ପର୍କରେ ସୁଖବୀର କହିଛନ୍ତି, ଆଗାମୀ କିଛି ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ। ଏହି ସମ୍ଭାବ୍ୟ ମେଣ୍ଟ ପଞ୍ଜାବ ରାଜନୀତିରେ ନୂଆ ମୋଡ଼ ଆଣିପାରେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button