Murder Case: ଯାହାଙ୍କୁ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ, ସେହି ମହିଳା ଜୀବିତ!, ଅଢ଼େଇ ବର୍ଷ ଜେଲ୍ରେ କାଟିଲେ ଯୁବକ
ଯାହାଙ୍କୁ ହତ୍ୟା କରାଯାଇଥିବା ଭାବି ଜଣେ ଯୁବକଙ୍କୁ ଜେଲ୍ ପଠାଯାଇଥିଲା, ସେହି ମହିଳା ଜୀବିତ ଅବସ୍ଥାରେ ଫେରିବା ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଘଟଣା। ଏହି ଘଟଣା କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଘଟିଛି। ମହିଳାଙ୍କୁ ହତ୍ୟା ଅଭିଯୋଗରେ ଜଣେ ଯୁବକ ପ୍ରାୟ ଅଢ଼େଇ ବର୍ଷ ଜେଲ୍ରେ...

ମାଣ୍ଡ୍ୟା: ଯାହାଙ୍କୁ ହତ୍ୟା କରାଯାଇଥିବା ଭାବି ଜଣେ ଯୁବକଙ୍କୁ ଜେଲ୍ ପଠାଯାଇଥିଲା, ସେହି ମହିଳା ଜୀବିତ ଅବସ୍ଥାରେ ଫେରିବା ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଘଟଣା। ଏହି ଘଟଣା କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଘଟିଛି। ମହିଳାଙ୍କୁ ହତ୍ୟା ଅଭିଯୋଗରେ ଜଣେ ଯୁବକ ପ୍ରାୟ ଅଢ଼େଇ ବର୍ଷ ଜେଲ୍ରେ ରହିବା ପରେ ଜାମିନରେ ମୁକୁଳିଥିଲେ।
ସୂଚନା ଅନୁଯାୟୀ, ପାଣ୍ଡବପୁରା ଅଞ୍ଚଳର ମଞ୍ଜୁ ଏନ୍ ୨୦୧୯ ଜୁନ୍ରେ ନିଖୋଜ ହୋଇଯାଇଥିଲେ। ପରିବାର ପକ୍ଷରୁ ଥାନାରେ ନିଖୋଜ ଅଭିଯୋଗ ହୋଇଥିଲା। ପରେ ତାଙ୍କ ବାପା ରାଜେଶ ଏମ୍ ଆର୍ ଓରଫ କାଲାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ରାଜେଶ ତାଙ୍କୁ କାବେରୀ ନଦୀକୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।ଏହାପରେ ପୁଲିସ ରାଜେଶଙ୍କୁ ଗିରଫ କରିଥିଲା। ସେ ୨୦୨୪ ଜାନୁଆରିରେ ଜାମିନ ପାଇଥିଲେ।
ନିର୍ଯାତନା ଦେଇ ଜବରଦସ୍ତି ସ୍ୱୀକାରୋକ୍ତି
ତେବେ ନଭେମ୍ବର ୧୧ରେ ମଞ୍ଜୁଙ୍କୁ ନାଗମଙ୍ଗଳା ଅଞ୍ଚଳର ମାୟିଗୋନାହଲ୍ଲୀ ଗାଁରୁ ଠାବ କରାଯାଇଥିଲା। ସେ ସେଠାରେ ନାଗେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ସହ ରହୁଥିଲେ। ପରିବାର ଲୋକେ ନିଜ ଇଚ୍ଛା ବିରୋଧରେ ବିବାହ କରାଇଥିବାରୁ ସେ ଘର ଛାଡ଼ିଥିବା ମଞ୍ଜୁ କହିଛନ୍ତି। ରାଜେଶଙ୍କୁ ମଧ୍ୟ ସେ ଜାଣିନଥିବା କହିଛନ୍ତି। ଅନ୍ୟପକ୍ଷରେ, ରାଜେଶ ପୁଲିସ ହାଜତରେ ନିର୍ଯାତନା ଦେଇ ଜବରଦସ୍ତି ସ୍ୱୀକାରୋକ୍ତି ନେଇଥିବା ଅଭିଯୋଗ କରିଛନ୍ତି। ଏବେ ଏହି ଘଟଣା ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ସୌଜନ୍ୟ ସମ୍ବାଦ




