ଦେଶ ବିଦେଶ
Winter Session: ଶୀତକାଳୀନ ଅଧିବେଶନରେ ବଦଳିବ ଧର୍ମାନ୍ତରଣ ଆଇନ, ୨୦୨୨ ପୂର୍ବ ସ୍ଥିତିକୁ ଫେରିବ କର୍ଣ୍ଣାଟକ
କର୍ଣ୍ଣାଟକରେ ଧର୍ମାନ୍ତରଣ ଆଇନକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ବିଜେପି ସରକାର ଅମଳରେ ଧର୍ମାନ୍ତରଣ ନିରୋଧୀ ଆଇନରେ ଅଣାଯାଇଥିବା ସଂଶୋଧନକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ସରକାର ନିଷ୍ପତ୍ତି ନେଇଛି।

ବେଙ୍ଗାଲୁରୁ:କର୍ଣ୍ଣାଟକରେ ଧର୍ମାନ୍ତରଣ ଆଇନକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ବିଜେପି ସରକାର ଅମଳରେ ଧର୍ମାନ୍ତରଣ ନିରୋଧୀ ଆଇନରେ ଅଣାଯାଇଥିବା ସଂଶୋଧନକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ସରକାର ନିଷ୍ପତ୍ତି ନେଇଛି। ଆଗାମୀ ବିଧାନସଭାର ଶୀତକାଳୀନ ଅଧିବେଶନରେ ଏ ସଂକ୍ରାନ୍ତୀୟ ପଦକ୍ଷେପ ନିଆଯିବ ବୋଲି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ବି.କେ. ହରିପ୍ରସାଦ କହିଛନ୍ତି। ଗୁରୁବାର ବେଙ୍ଗାଲୁରୁରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ହରିପ୍ରସାଦ କହିଥିଲେ, ସଂଖ୍ୟାଲଘୁ ଓ ଦଳିତ ସଂଗଠନଗୁଡ଼ିକ କଂଗ୍ରେସର ପ୍ରତିଶ୍ରୁତି ପୂରଣ ପାଇଁ ଦାବି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ୨୦୨୨ ପୂର୍ବରୁ ଯେଉଁ ଧର୍ମାନ୍ତରଣ ଆଇନ ରହିଥିଲା, ତାହାକୁ ପୁନଃ କାର୍ଯ୍ୟକାରୀ କରିବେ। ଲୋକଙ୍କୁ ଦିଆଯାଇଥିବା ଆଶ୍ୱାସନା ପୂରଣ କରିବାକୁ ସରକାର ପ୍ରତିବଦ୍ଧ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ




