ଦେଶ ବିଦେଶ

Netanyahu Gaza war: ଆତ୍ମଜୀବନୀ ‘ପ୍ରମିସ୍‌ ମି, ଆମେରିକା’ରେ ନେତାନ୍ୟାହୁଙ୍କୁ ବିଡେନଙ୍କ ତୀବ୍ର କଟାକ୍ଷ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବିଡେନ୍‌ ନିଜ ଆତ୍ମଜୀବନୀକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆତ୍ମଜୀବନୀ ‘ପ୍ରମିସ୍‌ ମି, ଆମେରିକା’ ପୁସ୍ତକରେ ବିଡେନ୍‌ ଗାଜା ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ହତ୍ୟାକୁ ନେଇ ଇସ୍ରାଏଲର କାମଚଳା ପ୍ରଧାନମନ୍ତ୍ରୀ...

ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବିଡେନ୍‌ ନିଜ ଆତ୍ମଜୀବନୀକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆତ୍ମଜୀବନୀ ‘ପ୍ରମିସ୍‌ ମି, ଆମେରିକା’ ପୁସ୍ତକରେ ବିଡେନ୍‌ ଗାଜା ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ହତ୍ୟାକୁ ନେଇ ଇସ୍ରାଏଲର କାମଚଳା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ତୀବ୍ର କଟାକ୍ଷ କରିଛନ୍ତି।

ଗାଜାରେ ସାଧାରଣ ଲୋକଙ୍କ ମୃତ୍ୟୁ କମାଇବାକୁ ନେତାନ୍ୟାହୁ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ, କିନ୍ତୁ ପରେ ଇସ୍ରାଏଲ୍‌ର ସାମରିକ ଆକ୍ରମଣରେ ଆହୁରି ଅନେକ ନିରୀହ ଲୋକଙ୍କ ଜୀବନ ଯାଉଥିଲା। ପୁସ୍ତକରେ ବାଇଡେନ୍‌ ଲେଖିଛନ୍ତି, ଯୁଦ୍ଧ ଆରମ୍ଭରୁ ସେ ନେତାନ୍ୟାହୁଙ୍କୁ ବାରମ୍ବାର ଫୋନ୍‌ କରି ନିରୀହ ଲୋକଙ୍କ ଜୀବନ ରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ। ଅଧିକ ନାଗରିକଙ୍କ ମୃତ୍ୟୁ ଇସ୍ରାଏଲ୍‌ର ଭାବମୂର୍ତ୍ତି ଓ ଆମେରିକାର ସମର୍ଥନକୁ କ୍ଷତି ପହଞ୍ଚାଉଥିବା କଥା ନେତାନ୍ୟାହୁ ମଧ୍ୟ ସ୍ୱୀକାର କରିଥିଲେ। ହେଲେ ପ୍ରତିଶ୍ରୁତି ପରେ ବି ଆକ୍ରମଣ ଜାରି ରହିଥିଲା ବୋଲି ବାଇଡେନ୍‌ ଲେଖିଛନ୍ତି। ନେତାନ୍ୟାହୁ ନିଜର ରାଜନୈତିକ ସ୍ୱାର୍ଥକୁ ଇସ୍ରାଏଲ୍‌ର ଦୀର୍ଘମିଆଦୀ ହିତଠାରୁ ଅଧିକ ଗୁରୁତ୍ୱ ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ନଭେମ୍ବର ୧୭ରେ ପ୍ରକାଶ ପାଇବାକୁ ଥିବା ଏହି ପୁସ୍ତକର କିଛି ଅଂଶ ପୂର୍ବରୁ ପ୍ରକାଶ ପାଇଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ର ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧରେ ପାଲେଷ୍ଟାଇନ୍‌ର ନିରୀହ ଲୋକଙ୍କ ମୃତ୍ୟୁକୁ ନେଇ ବାଇଡେନ୍‌ଙ୍କ ଏହି ମନ୍ତବ୍ୟ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛି।

ବାଇଡେନ୍‌ କହିଛନ୍ତି, ମୁଁ ବୁଝିପାରୁଥିଲି ଯେ ନେତାନ୍ୟାହୁ କଠୋର ଚାପରେ କାମ କରୁଛନ୍ତି, କିନ୍ତୁ ଜଣେ ରାଜନେତାଙ୍କ ପରି ଚିନ୍ତା କରିବାରେ ଓ କେବଳ ନିଜର କ୍ଷଣସ୍ଥାୟୀ ରାଜନୈତିକ ଆବଶ୍ୟକତା ନୁହେଁ, ଇସ୍ରାଏଲର ଦୀର୍ଘକାଳୀନ ସ୍ୱାର୍ଥକୁ ସୁରକ୍ଷା କରିବାରେ ତାଙ୍କର ବିଫଳତା ମୋତେ ହତାଶ କରିଥିଲା। ଗାଜାରେ ନାଗରିକଙ୍କ ମୃତ୍ୟୁ ବୃଦ୍ଧି ସତ୍ତ୍ବେ ଇସ୍ରାଏଲକୁ ସମର୍ଥନ ନେଇ ବିଡେନ୍‌ଙ୍କୁ ତାଙ୍କ ନିଜ ଡେମୋକ୍ରାଟିକ୍‌ ପାର୍ଟିରୁ ମଧ୍ୟ ତୀବ୍ର ସମାଲୋଚନାର ସ୍ବୀକାର ହେବାକୁ ପଡ଼ିଥିଲା। ଆତ୍ମଜୀବନୀରେ ନେତାନ୍ୟାହୁଙ୍କ ସମାଲୋଚନା ବ୍ୟତୀତ, ବିଡେନ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହେବା ନିଷ୍ପତ୍ତିର ମଧ୍ୟ ପକ୍ଷ ରଖିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button