ଜାତୀୟ

PM Philippines Visit: ଆସିଆନ୍‌ ଡିନରରେ ସାମିଲ ହେଲେ ପିଏମ୍ ମୋଦି, ଆଜି ଶିଖର ସମ୍ମିଳନୀ, ଟ୍ରମ୍ପଙ୍କ ସହ ହେବ ସାକ୍ଷାତ

ମାନିଲା/ନୂଆଦିଲ୍ଲୀ,୧୭/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଫିଲିପାଇନ୍ସ ଗସ୍ତରେ ଯାଇ ସୋମବାର ରାଜଧାନୀ ମାନିଲାରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅରଙ୍କ ପକ୍ଷରୁ ଆୟୋଜିତ ଆସିଆନ ଗାଲା ଡିନରରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୋଦିଙ୍କୁ ଫିଲିପାଇନ୍ସର ପାରମ୍ପରିକ ପୋଷାକ ‘ବାରୋଙ୍ଗ ଟ୍ୟାଗଲଗ’ରେ ଦେଖିବାକୁ ମିଳିଥିଲା । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଟୁକ୍ ଟୁକ ଗାଡିରେ ପ୍ରଧାନମନ୍ତ୍ରୀ ଡିନର ସ୍ଥଳରେ ପହଞ୍ଚିଥିଲେ ।

ଆଜି ପ୍ରଧାନମନ୍ତ୍ରୀ ମୋଦି ୨୩ ଭାରତ ଆସିଆନ-ଭାରତ ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ସମ୍ମଳନୀରେ ସାମିଲ ହେବେ । ଏହି ଅବସରରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ସାକ୍ଷାତ କରିବେ । ଉଭୟ ନେତା କ୍ୱାଡ୍ ଦେଶର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏଥିରେ ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସଦସ୍ୟ ଅଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ଓ ସୁରକ୍ଷା ପ୍ରସଙ୍ଗରେ କ୍ୱାଡ ବୈଠକରେ ଆଲୋଚନା କରାଯିବ । ଆସିଆନ ସମ୍ମିଳନୀରେ ଯୋଗଦେବା ଲାଗି ଫିଲିପାଇନ୍ସ ରାଷ୍ଟ୍ରପତି ମୋଦିଙ୍କୁ ଆମନ୍ତ୍ରଣ କରିଥିଲେ । ଏହି ସମ୍ମିଳନୀରେ ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ କାରବାର, ଜଳବାୟୁ ପରିବର୍ତ୍ତନ ଓ ଆସିଆନ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବ । ଆସିଆନ ହେଉଛି ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ସଙ୍ଗଠନ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button