ଜାତୀୟ

CJI SuryaKant: ‘ଆପଣ ଚୌକିରେ ବସିବାକୁ ଯୋଗ୍ୟ ନୁହନ୍ତି’; ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ କାହିଁକି ଏମିତି କହିଲେ ଓକିଲ ?

ନୂଆଦିଲ୍ଲୀ,୧୭/୧୧; ସୁପ୍ରିମକୋର୍ଟରେ ସୋମବାର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଅପମାନିତ କଲା ଭଳି ବ୍ୟବହାର ପ୍ରଦର୍ଶନ କରାଯାଇଛି । ଜଣେ ଓକିଲ ଶୀଘ୍ର ତାଙ୍କ ବିରୋଧରେ ଥିବା ଅଦାଲତ ଅବମାନନା ମାମଲାର ଶୁଣାଣି କରିବାକୁ କହିଥିଲେ । ସିଜେଆଇ ଅପେକ୍ଷା କରିବାକୁ କହିବାରୁ ସେ ଭୀଷଣ ରାଗିଯାଇଥିଲେ । ଏହାପରେ କଠୋର ଶବ୍ଦ ବ୍ୟବହାର କରି କହିଥିଲେ, ଆପଣ ଏହି ଚୌକିରେ ବସିବାକୁ ଯୋଗ୍ୟ ନୁହନ୍ତି । ଆପଣଙ୍କଠାରେ ସଚ୍ଚୋଟତା ନାହିଁ । ସର୍ବୋଚ୍ଚ ଅଦାଲତରେ ସୋମବାର ଅପରାହ୍ନ ପ୍ରାୟ ୨ଟାରେ ଏହି ଘଟଣା ଘଟିଛି । ଖଣ୍ଡପୀଠରେ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍‌ଚି ଏବଂ ଜଷ୍ଟିସ ଭି ମୋହନା ମହଜୁଦ ଥିଲେ ।

ଓକିଲ ଜଣକ ନିର୍ଦ୍ଧାରିତ ପ୍ରକ୍ରିୟା ବିନା ନିଜ ମାମଲା ରଖିବାକୁ ନେଇ ପ୍ରଥମେ କ୍ଷମା ପ୍ରାର୍ଥନା କରିଥିଲେ । କହିଥିଲେ, ମୁଁ ନଭେମ୍ବର ୨ରେ ସିଜେଆଇଙ୍କ ଚାମ୍ବରରେ ଆବେଦନ କରିଥିଲି । କିନ୍ତୁ ୧୫ ଦିନ ପରେ ବି ମୋତେ କୌଣସି ଜବାବ ମିଳିନାହିଁ । ମୁଁ ଖଣ୍ଡପୀଠଙ୍କୁ ମୋର ଆବେଦନ ଦେଖିବା ଏବଂ କ୍ଷମା ପ୍ରାର୍ଥନା ଉପରେ ବିଚାର କରିବାକୁ ଅପିଲ୍ କରୁଛି । ଏହା ଉପରେ ଜଷ୍ଟିସ ଭି ମୋହନା କହିଲେ, ଆପଣ ଏଭଳି ଭାବେ ମାମଲାର ପକ୍ଷ ରଖିପାରିବେ ନାହିଁ । ସିଜେଆଇ କହିଲେ, ଆମେ ଆପଣଙ୍କ ଆବେଦନକୁ ଦେଖିବୁ ଏବଂ ଆପଣ କିଛି ସମୟ ପ୍ରତୀକ୍ଷା କରନ୍ତୁ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button