ଖେଳ

Suryakumar Yadav: ୨୯ ବଲ୍‌ରେ ୮୨ ରନ୍‌ର ବିସ୍ଫୋରଣ… ସିଲେକ୍ଟରଙ୍କୁ ଦେଖିକି ସଟ୍‌ ଖେଳିଲି କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୧୭/୧୧; କ୍ୟାପ୍ଟେନ୍ସି ଛଡାଇନେଲେ । ଦଳରୁ ବାଦ୍ ଦେଲେ । ଏବେ ବ୍ୟାଟିଂ ବିସ୍ଫୋରଣ ଘଟାଇ ସମସ୍ତଙ୍କୁ ଜବାବ ଦେଇଛନ୍ତି ସ୍କାଏ । ହାଇଦ୍ରାବାଦ ପରେ ଏବେ ଗୁଜରାଟ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ବିସ୍ଫୋରଣ ଦେଖିବାକୁ ମିଳିଛି । ଭାରତୀୟ ଟି-ଟ୍ୱେଣ୍ଟି ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଧମାକା ଦେଖିବାକୁ ମିଳିଛି । ମୁମ୍ବାଇ କ୍ୟାପ୍ଟେନ୍ ପ୍ରଥମ ମ୍ୟାଚରେ ୨୧ ବଲରେ ୬୦ ରନର ଅପରାଜିତ ଇନିଂସ ଖେଳିବା ପରେ ଏବେ ଗୁଜରାଟ ବିପକ୍ଷରେ ସମାନ ପ୍ରଦର୍ଶନ ରିପିଟ୍ କରିଛନ୍ତି । ଗୁଜୁରାଟ ବିପକ୍ଷରେ ଝଡ଼ତୋଫାନ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସୂର୍ଯ୍ୟକୁମାର ଯାଦବ ମାତ୍ର ୨୯ ବଲରେ ୮୨ ରନ୍ କରିଛନ୍ତି । ବିସ୍ଫୋରକ ଇନିଂସରେ ୭ଟି ଛକା ଏବଂ ୯ ଟି ଚୌକା ମାରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ଷ୍ଟ୍ରାଇକ୍ ରେଟ୍ ୨୮୨ରୁ ଅଧିକ ଥିଲା ଏବଂ ତାଙ୍କର ଦମଦାର ବ୍ୟାଟିଂ ଯୋଗୁଁ ମୁମ୍ବାଇ ମାତ୍ର ୧୫.୪ ଓଭରରେ ୧୯୮ ରନ୍ ର ଲକ୍ଷ୍ୟକୁ ହାସଲ କରିଥିଲା । ବଲିଉଡ ଫିଲ୍ମ ‘ଏମ୍‌ଏସ୍ ଧୋନୀ…ଦି ଅନଟୋଲ୍ଡ ଷ୍ଟୋରୀର’ ଡାଇଲଗ୍ ‘ସିଲେକ୍ଟର ଲୋକଙ୍କୁ ଦେଖିକି ମାରିବୁ’ ସୂର୍ଯ୍ୟଙ୍କୁ ପ୍ରେରଣା ଦେଇଛି ।

ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ବିସ୍ଫୋରଣ- ବଡ଼ ସ୍କୋର ବିଜୟ ଲକ୍ଷ୍ୟ ପିଛା କରି ମୁମ୍ବାଇ ୨ ଓଭର ମଧ୍ୟରେ ୨ ୱିକେଟ୍ ହରାଇଥିଲା । ଅଙ୍ଗ୍ରିଶ ରଘୁବଂଶୀ ୪ ଏବଂ ମୁଶିର ଖାନ ୧୪ ରନ୍ ରେ ଆଉଟ୍ ହୋଇଥିଲେ, କିନ୍ତୁ ସୂର୍ଯ୍ୟ ଆସି ତୃତୀୟ ବଲରେ ଛକା ମାରିଥିଲେ । ପଞ୍ଚମ ଓଭରରେ ସୂର୍ଯ୍ୟ ଆଉ ୨ଟି ଛକା ମାରିଥିଲେ । ସୂର୍ଯ୍ୟ ମାତ୍ର ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସୂର୍ଯ୍ୟଙ୍କ ବ୍ୟତୀତ ସରଫରାଜ ଖାନ ୧୭ ବଲରେ ଅପରାଜିତ ୪୦ ରନ୍ କରିଥିଲେ ଏବଂ ମୁମ୍ବାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଥିଲା ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button