ଦେଶ ବିଦେଶ
Attack: ୟୁକ୍ରେନ୍ ଆକ୍ରମଣରେ ୩୦ ହଜାର କୋଟିରେ ନିର୍ମିତ କ୍ରିମିଆ ସେତୁର ବଡ଼ ଅଂଶ ଧ୍ୱଂସ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକର ଦୁଇ ଦିନ ପୂର୍ବରୁ ୟୁକ୍ରେନ୍ ରୁଷ୍ର କ୍ରିମିଆ ସେତୁ ଉପରେ ବଡ଼ ଧରଣର ଆକ୍ରମଣ କରିଛି।

କିବ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକର ଦୁଇ ଦିନ ପୂର୍ବରୁ ୟୁକ୍ରେନ୍ ରୁଷ୍ର କ୍ରିମିଆ ସେତୁ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ମଙ୍ଗଳବାର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ସେତୁର ମୁଖ୍ୟ ସଡ଼କ ଅଂଶର ଏକ ବଡ଼ ଭାଗ ଭାଙ୍ଗି ସମୁଦ୍ରରେ ପଡ଼ିଛି। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା କ୍ରିମିଆର ରୁଷ୍ ସମର୍ଥିତ ଗଭର୍ଣ୍ଣର ସର୍ଗେଇ ଆକ୍ସିଓନୋଭ୍ କହିଛନ୍ତି। ସେତୁ ଉପରେ ସଡ଼କ ଯାତାୟାତ ବନ୍ଦ ଥିବାବେଳେ ରେଳ ଚଳାଚଳ ଆଂଶିକ ଭାବେ ସ୍ୱାଭାବିକ ହୋଇଛି।
ସୌଜନ୍ୟ ସମ୍ବାଦ




