ଦେଶ ବିଦେଶ

Plane crash: ରୁଷରେ ବଡ଼ଧରଣର ବିମାନ ଦୁର୍ଘଟଣା; ମଝି ଆକାଶରେ ଲାଗିଗଲା ନିଆଁ

ରୁଷର କେମେରୋଭୋ ଅଞ୍ଚଳରେ ଏକ ବିବାନ ଏଏନ୍‌-୧୨ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରତକ୍ଷ୍ୟଦର୍ଶୀ ଏବଂ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିମାନ ଉଡ଼ାଣ ସମୟରେ ମଝି ଆକାଶରେ ଅଚାନକ ନିଆଁ ଲାଗି ଯାଇଥିଲା।

ମସ୍କୋ: ରୁଷର କେମେରୋଭୋ ଅଞ୍ଚଳରେ ଏକ ବିବାନ ଏଏନ୍‌-୧୨ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରତକ୍ଷ୍ୟଦର୍ଶୀ ଏବଂ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିମାନ ଉଡ଼ାଣ ସମୟରେ ମଝି ଆକାଶରେ ଅଚାନକ ନିଆଁ ଲାଗି ଯାଇଥିଲା। ଏହା ପରେ ବିମାନଟି ଆକାଶରୁ ଖସି ପଡ଼ି ମାଟି ଉପରେ ପଡ଼ିଥିଲା। ବିମାନଟି ମାଟି ଉପରେ ଖସିପଡ଼ିବା ପରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବିମାନରେ ଥିବା କୌଣସି ବ୍ୟକ୍ତିଙ୍କୁ ଜୀବୀତ ଉଦ୍ଧାର କରାଯାଇ ପାରିଲା ନାହିଁ।

ରୁଷ ଗଣମାଧ୍ୟମର ରିପୋର୍ଟ ଅନୁସାରେ କେ‌ମୋରୋଭୋ ଅଞ୍ଚଳର ଗଭର୍ଣ୍ଣର ଇଲ୍ୟା ସେରେଡ୍ୟୁକ ସ୍ଥାନୀୟ ସମୟ ରାତି ୯ଟା ୩୦ରେ ଦୁର୍ଗଟଣା ସଂପର୍କିତ ସୂଚନା ପ୍ରଦାନ କରିଛନ୍ତି। ବିମାନରେ ନିଆଁ ଲାଗି ଯାଇଥିଲା ଏବଂ କ୍ରୁ ସଦସ୍ୟ ଜଳନ୍ତା ବିମାନକୁ ଜନବସତି ଠାରୁ ଦୂରରେ ଥିବା ସ୍ଥାନରେ ଅବତରଣ କରିବା ପାଇଁ ଉଦ୍ୟମ କରିଥିଲେ। ସେ ଚାହୁଁଥିଲେ ଜନସାଧାରଣଙ୍କ ଧନଜୀବନ ନଷ୍ଟ ନହେଉ। ଏହି ବିମାନଟି ସାଇବେରିଆର ନୋଭୋସିଭିଷ୍ଟର୍କରୁ କ୍ରାସ୍ତୋୟାର୍ଷ୍ଟ କ୍ରାଇର କାଂସକ ଅଭିମୁଖେ ଯାଉଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button