ଦେଶ ବିଦେଶ

ଅଦାଲତ ଅବମାନନା ମାମଲା: କେଜ୍ରିୱାଲ ଓ ଅନ୍ୟ ଆପ୍‌ ନେତାଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

ଜଷ୍ଟିସ ନବୀନ ଚାୱଲା ଓ ଜଷ୍ଟିସ ଅରୁଣ ଭରଦ୍ୱାଜଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ଆପ୍‌ ନେତାମାନଙ୍କ ପକ୍ଷରୁ ଉପସ୍ଥିତ ଓକିଲମାନେ ଆବଶ୍ୟକ ଦସ୍ତାବିଜ ମିଳିନଥିବା ଦର୍ଶାଇ ଜବାବ ଦାଖଲ ପାଇଁ ଅଧିକ ସମୟ ମାଗିଥିଲେ ।

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଜବାବ ଦାଖଲ କରିବାରେ ବିଳମ୍ବ ଯୋଗୁଁ ଦିଲ୍ଲୀ ହାଇକୋର୍ଟ ଆଜି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ ଦଳୀୟ ନେତାଙ୍କ ଉପରେ ବର୍ଷିଛନ୍ତି । ଜବାବ ଦାଖଲ ପାଇଁ କୋର୍ଟ ସେମାନଙ୍କୁ ଆଉ ୩ ସପ୍ତାହ ସମୟ ଦେବା ସହ କଡ଼ା ଚେତାବନୀ ଦେଇଛନ୍ତି । ‘ଆପଣମାନେ ଆମକୁ ଭୁଆଁ ବୁଲାଇଛନ୍ତି’ ବୋଲି କହି ଖଣ୍ଡପୀଠ କ୍ଷୋଭ ପ୍ରକାଶ କରିବା ସହ ଏହା ପରେ ଆଉ ସମୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଜଷ୍ଟିସ ନବୀନ ଚାୱଲା ଓ ଜଷ୍ଟିସ ଅରୁଣ ଭରଦ୍ୱାଜଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ଆପ୍‌ ନେତାମାନଙ୍କ ପକ୍ଷରୁ ଉପସ୍ଥିତ ଓକିଲମାନେ ଆବଶ୍ୟକ ଦସ୍ତାବିଜ ମିଳିନଥିବା ଦର୍ଶାଇ ଜବାବ ଦାଖଲ ପାଇଁ ଅଧିକ ସମୟ ମାଗିଥିଲେ । ଏହାପରେ ଖଣ୍ଡପୀଠ ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସେମାନଙ୍କୁ ଶେଷ ସୁଯୋଗ ଦେଇଛନ୍ତି । ଏହା ପରେ ଆଉ କାହାକୁ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ବିରୋଧରେ ଆପ୍‌ ନେତାମାନେ ସୋସିଆଲ ମିଡିଆରେ କରିଥିବା ମନ୍ତବ୍ୟ ଓ ପୋଷ୍ଟକୁ ନେଇ ଏହି ଅବମାନନା ମାମଲା ଆରମ୍ଭ ହୋଇଥିଲା । ମଦ ନୀତି ମାମଲାରେ କେଜ୍ରିୱାଲ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଟ୍ରାଏଲ କୋର୍ଟ ଦୋଷମୁକ୍ତ କରିବା ପରେ ସିବିଆଇ ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲା । ଜଷ୍ଟିସ ଶର୍ମା ଏହି ମାମଲାର ଶୁଣାଣି କରୁଥିଲେ ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button