ରାଜ୍ୟ

Murder: ‘ନାବାଳିକା ଝିଅକୁ ଭିଡ଼ାଟଣା କରୁଥିଲା, ଦେଖି ମୁଣ୍ତ ଅଲଗା ପ୍ରକାର ହେଲା’

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ଟାକରା ପଞ୍ଚାୟତ ଅଶ୍ବିନିବେରେଣା ଗ୍ରାମର ବହୁ ଚର୍ଚ୍ଚିତ ବିରଞ୍ଚି ନାଏକ ହତ୍ୟାକାଣ୍ତ ଘଟଣା ଉପରୁ ଆଜି ପୁଲିସ ପରଦା ହଟାଇଛି। ହତ୍ୟାକାଣ୍ତ ଭିଆଇ ଫେରାର୍ ଥିବା ରଞ୍ଜନ ବେହେରାଙ୍କୁ ସୋମବାର ବିଳମ୍ବିତ...

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ଟାକରା ପଞ୍ଚାୟତ ଅଶ୍ବିନିବେରେଣା ଗ୍ରାମର ବହୁ ଚର୍ଚ୍ଚିତ ବିରଞ୍ଚି ନାଏକ ହତ୍ୟାକାଣ୍ତ ଘଟଣା ଉପରୁ ଆଜି ପୁଲିସ ପରଦା ହଟାଇଛି। ହତ୍ୟାକାଣ୍ତ ଭିଆଇ ଫେରାର୍ ଥିବା ରଞ୍ଜନ ବେହେରାଙ୍କୁ ସୋମବାର ବିଳମ୍ବିତ ରାତିରେ ପୁଲିସ ଘଞ୍ଚ ଜଙ୍ଗଲ ଭିତରୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତ ରଞ୍ଜନଙ୍କୁ ଆଜି ପୁଲିସ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି, ଯାହାକି ହତ୍ୟାକାଣ୍ତ ପରେ ଘର ଠାରୁ ପ୍ରାୟ ଶହେ ମିଟର ବାଡ଼ିପଟ ଜଙ୍ଗଲରେ ପକାଇଥିବା ରକ୍ତଭିଜା ଟାଙ୍ଗିଆକୁ ଦେଖାଇବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ସତ ବଖାଣିଥିଲା।

ଅଭିଯୁକ୍ତ ରଞ୍ଜନର କହିବା ଅନୁଯାୟୀ ମୁଁ ବିରଞ୍ଚି ଠାରୁ ଗୋଟିଏ ବଳଦ ୧୭ଶହ ଟଙ୍କା‌ ଦେଇ ଆଣିଥିଲି। ସେ ୫ଶହ ଟଙ୍କା ନେଇଥିବା ବେଳେ ୨୯ ତାରିଖ ଦିନ ଟଙ୍କା ମାଗି ଆସିଥିଲା। ଏହାପରେ ମୁଁ ଅପରାହ୍ଣରେ ହୋଟେଲ ଆଡ଼େ ଯାଇଥିଲି। ୪ଟା ବେଳକୁ ଆସିଲା ବେଳକୁ ମୋ ଘରେ କବାଟ ବାଡ଼େଇ ପଶିବା ସହ ମୋ ନାବାଳିକା ଝିଅକୁ ଭିଡ଼ାଟଣା କରି ପାଟି କରୁଥିଲା। ଏହା ଦେଖିବା ପରେ ମୋ ମୁଣ୍ତ ଅଲଗା ପ୍ରକାର ହୋଇଗଲା। ଘରୁ ଟାଙ୍ଗିଆ ଆଣି ଗଣ୍ତିମୁଣ୍ତ ଅଲଗା କରି ନିକଟସ୍ଥ ନାଳରେ ପକାଇ ଦେଲି।

କିଭଳି ଓ କେଉଁ ଜାଗାରେ ହାଣି ନାଳରେ ଫିଙ୍ଗିଥିଲା ତାହା ଗୋଟିଗୋଟି କରି ଘଟଣାସ୍ଥଳ ବୁଲାଇ ବଖାଣିଥିଲା। ଅଭିଯୁକ୍ତ ରଞ୍ଜନ ମଧ୍ୟ ଫିଙ୍ଗିଥିବା ରକ୍ତଭିଜା ଟାଙ୍ଗିଆକୁ ପୁଲିସ ଜଙ୍ଗଲ ଭିତରୁ ଜବତ କରିଛି। ଗିରଫ ପରେ ଅପରାହ୍ଣରେ କୋର୍ଟ ଚାଲାଣ କରିଛି। ଏପଟେ ପୁଲିସ ବଳଦ ବିକ୍ରିଟଙ୍କାକୁ କେନ୍ଦ୍ରକରି ହତ୍ୟାକାଣ୍ତ ହୋଇଥିବା ନେଇ ମାମଲା ରୁଜୁ କରିଥିବା ବେଳେ ନାବାଳିକା ଝିଅ ପ୍ରତି ବାସ୍ତବରେ ଅସଦାଚରଣ ଉଦ୍ୟମ ହୋଇଥିଲା ନା ନାହିଁ ସେଦିଗ ଉପରେ ପୁଲିସ ଅଧିକ ତଦନ୍ତ କରିବାର ଆବଶ୍ୟକତା ରହିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button