ଦେଶ ବିଦେଶ
Narendra Modi: ମାନିଲାରେ ‘ମେଡ୍ ଇନ୍ ପାକିସ୍ତାନ’ ଅଟୋରେ ମୋଦୀ ବସିଥିବା ଦାବି : ଯାଞ୍ଚ ପରେ ଜଣାପଡ଼ିଲା ସତ୍ୟତା
ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ କିଛି ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଏହା ‘ମେଡ୍ ଇନ୍ ପାକିସ୍ତାନ’ ଗାଡ଼ି ବୋଲି ଦାବି କରାଯାଇଥିଲା। ତେବେ ଯାଞ୍ଚରୁ ଏହି ଦାବି ମିଥ୍ୟା ବୋଲି ଜଣାପଡ଼ିଛି।

ନୂଆଦିଲ୍ଲୀ: ଫିଲିପାଇନ୍ସର ରାଜଧାନୀ ମାନିଲାରେ ଆୟୋଜିତ ଆସିଆନ୍ ଶିଖର ସମ୍ମିଳନୀ ଅବସରରେ ଏକ ସୁସଜ୍ଜିତ ଅଟୋରିକ୍ସାରେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ କିଛି ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଏହା ‘ମେଡ୍ ଇନ୍ ପାକିସ୍ତାନ’ ଗାଡ଼ି ବୋଲି ଦାବି କରାଯାଇଥିଲା। ତେବେ ଯାଞ୍ଚରୁ ଏହି ଦାବି ମିଥ୍ୟା ବୋଲି ଜଣାପଡ଼ିଛି। ମୋଦୀ ଯେଉଁ ତିନିଚକିଆ ଯାନରେ ଯାତ୍ରା କରିଥିଲେ, ତାହା ପାକିସ୍ତାନର ନୁହେଁ, ବରଂ ଭାରତୀୟ କମ୍ପାନି ବଜାଜ୍ ଅଟୋ ଦ୍ୱାରା ନିର୍ମିତ।
ସୌଜନ୍ୟ ସମ୍ବାଦ




