ଦେଶ ବିଦେଶ

Pollution: କେରଳରେ ଟାର୍‌ ମିକ୍ସିଂ ପ୍ଲାଣ୍ଟ୍‌ରୁ ପ୍ରଦୂଷଣ ଆଶଙ୍କା, ୬୨ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି

ଦକ୍ଷିଣ କେରଳର କୋଟ୍ଟିୟମରେ ଏକ ଘରୋଇ ସ୍କୁଲ୍‌ର ୬୨ ଜଣ ଛାତ୍ରଛାତ୍ରୀ ବୁଧବାର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍କୁଲ୍‌ ନିକଟରେ ଥିବା ଏକ ଟାର୍‌ ମିକ୍ସିଂ ପ୍ଲାଣ୍ଟ୍‌ରୁ ନିର୍ଗତ ପ୍ରଦୂଷଣ ଯୋଗୁଁ ସେମାନେ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି।

ତିରୁଅନନ୍ତପୁରମ୍ : ଦକ୍ଷିଣ କେରଳର କୋଟ୍ଟିୟମରେ ଏକ ଘରୋଇ ସ୍କୁଲ୍‌ର ୬୨ ଜଣ ଛାତ୍ରଛାତ୍ରୀ ବୁଧବାର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍କୁଲ୍‌ ନିକଟରେ ଥିବା ଏକ ଟାର୍‌ ମିକ୍ସିଂ ପ୍ଲାଣ୍ଟ୍‌ରୁ ନିର୍ଗତ ପ୍ରଦୂଷଣ ଯୋଗୁଁ ସେମାନେ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି। ଛାତ୍ରଛାତ୍ରୀମାନେ ଶ୍ୱାସକ୍ରିୟାରେ ସମସ୍ୟା, ଚର୍ମ କୁଣ୍ଡାଇ ହେବା ସମେତ ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ଅଭିଯୋଗ କରିଥିଲେ। ଜରୁରୀ ସ୍ଥିତିକୁ ଦୃଷ୍ଟିରେ ରଖି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପାଇଁ ୮ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା।

ଏହି ଘଟଣା ପରେ ସ୍କୁଲ୍‌ ନିକଟରେ ଥିବା ଟାର୍‌ ମିକ୍ସିଂ ପ୍ଲାଣ୍ଟ୍‌ର କାର୍ଯ୍ୟକଳାପକୁ ନେଇ ଚିନ୍ତା ବଢ଼ିଛି। ସୂଚନା ଅନୁଯାୟୀ, ପୂର୍ବରୁ ପଞ୍ଚାୟତ କର୍ତ୍ତୃପକ୍ଷ ଏହି ପ୍ଲାଣ୍ଟ୍‌ ବିରୋଧରେ ବନ୍ଦ ନୋଟିସ୍‌ ଜାରି କରିଥିଲେ। କିନ୍ତୁ କୋର୍ଟଙ୍କ ଅନୁମତି ପାଇବା ପରେ ପ୍ଲାଣ୍ଟ୍‌ଟି ପୁଣିଥରେ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ଲାଣ୍ଟ୍‌ ପୁନର୍ବାର ଚାଲୁ ହେବା ପରଠାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିବା ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button