ରାଜ୍ୟ
Highcourt: ପାରାଦୀପ ବନ୍ଦରରେ ଏମ୍ଟି ୟୁନିଟି ଜାହାଜକୁ ଆରେଷ୍ଟ ପାଇଁ ଦୁଇଟି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପାରାଦୀପ ବନ୍ଦରରେ ଏମ୍ଟି ୟୁନିଟି (ଆଇଏମଓ ୯୩୮୮୭୯୨) ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଦୁଇଟି ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି।

କଟକ: ପାରାଦୀପ ବନ୍ଦରରେ ଏମ୍ଟି ୟୁନିଟି (ଆଇଏମଓ ୯୩୮୮୭୯୨) ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଦୁଇଟି ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି। ଇଷ୍ଟ୍ୟାଗିନ୍ ଇଭେଜେନି ଓ ଅନ୍ୟ ୨୦ଜଣ ଜାହାଜ ଚାଳକ ଦଳ ସଦସ୍ୟଙ୍କ ତରଫରୁ ବକେୟା ଚୁକ୍ତିଭିତ୍ତିକ ବେତନ ଓ କାର୍ଯ୍ୟରେ ଯୋଗ ଦେବା ପୂର୍ବର ଖର୍ଚ୍ଚ ବାବଦ ଅର୍ଥ ଦାବି କରି ଦାୟର ଏକ ସାମୁଦ୍ରିକ ବିବାଦ ମାମଲା ଦାୟର ହୋଇଛି। ସେହିଭଳି ଭାବେ ଜାହାଜକୁ ଯୋଗାଇ ଦିଆଯାଇଥିବା ସାମଗ୍ରୀ ଓ ଚାଳକ ଦଳ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିବା ଦରମା ବାବଦ ଅର୍ଥ ଦାବି କରି ସୋଗଲାସି ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ସାମୁଦ୍ରିକ ବିବାଦ ସଂପର୍କିତ ଆଉ ଏକ ଆବେଦନ ଦାୟର ହୋଇଛି।
ସୌଜନ୍ୟ ସମ୍ବାଦ




