ରାଜ୍ୟ

Smt. Anu Garg: “ଅକବାନ୍‌” ବାତ୍ୟା ପ୍ରସ୍ତୁତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ

‘ଅକବାନ୍‌’ ବାତ୍ୟା ପ୍ରସ୍ତୁତି ସଂପର୍କରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ସକାଳେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସ୍ଥିତି ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଭୁବନେଶ୍ୱର: ‘ଅକବାନ୍‌’ ବାତ୍ୟା ପ୍ରସ୍ତୁତି ସଂପର୍କରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ସକାଳେ  ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସ୍ଥିତି ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି ) ପକ୍ଷରୁ ଆକଳନ ଅନୁସାରେ ‘ଅକବାନ’ ବାତ୍ୟାର ସମ୍ଭାବ୍ୟ ଗତିପଥ ପୁରୀ ଓ ଗୋପାଳପୁର ମଝିରେ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ଓ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ  କରାଯାଇଛି । ଏ ନେଇ ସମ୍ଭାବ୍ୟ ପ୍ରଭାବିତଙ୍କୁ ସୁରକ୍ଷିତ  ସ୍ଥାନକୁ ବିସ୍ଥାପନ କରାଯାଉଛି ।
ସଦ୍ୟତମ ସୂଚନା ଅନୁସାରେ ସମ୍ବେଦନଶୀଳ ୬୧୦୯ ସ୍ଥାନ ଚିହ୍ନଟ କରାଯାଇ ସେସବୁ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପନ କରାଯାଉଛି । କାଲି ସଂଧ୍ୟାରେ ବିସ୍ଥାପନ କାର୍ଯ୍ୟ ଜାରି ରହିରହିଥିବା ବେଳେ ଆଜି ସକାଳୁ ମଧ୍ୟ ଏହି କାର୍ଯ୍ୟ ଚାଲିଛି ।  ଆମେ ଯେତେ ଅଧିକ ଆବଶ୍ୟକ, ସେତେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବୁ । ଏଥିପାଇଁ  ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ୯୨୯୯  ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି ।  ସେଠାରେ ଲୋକମାନଙ୍କର ଏବଂ ଶିଶୁମାନଙ୍କର ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟର  ବ୍ୟବସ୍ଥା , ଜରୁରୀ ଔଷଧ, ପିଇବା ପାଣି,  ସାନିଟାରୀ ନାପକିନ୍ ସୁବିଧା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି । ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ନିୟୋଜିତ  କରାଯାଇଛି । ଆଗୁଆ ପଦକ୍ଷେପ ସ୍ୱରୂପ ୩୦ ନଭେମ୍ବର ସୁଦ୍ଧା ଆସନ୍ନ ପ୍ରସବା ଥିବା ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି ।
ଅଦ୍ୟାବଧି ପ୍ରାୟ ୧,୦୫,୩୦୪ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି । ସେମାନଙ୍କୁ ୧୨୨୪ ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।  ଗଂଜାମ ଜିଲ୍ଲାର ୪୫ ୩୬୪  ଏବଂ ଗଜପତି ଜିଲ୍ଲାର ୧୮ ୦୦୦ ଲୋକ ଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି । ଗଜପତି ଓ କନ୍ଧମାଳ ଜିଲ୍ଲାରେ ଅଂଚଳରୁ  ଭୁସ୍ଖଳନ ସମ୍ଭାବନା ଥିବା ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ପାହାଡତଳି ଅଂଚଳର ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।
ନେଟ୍ଓ୍ୱାର୍କ ସମସ୍ୟା ରହୁଥିବା ଅଂଚଳରେ ଟେଲିକମ ବିଭାଗ ତରଫରୁ ଅତିରିକ୍ତ ସାଟେଲାଇଟ୍ ଫୋନ୍ ଏବଂ ସେଲ ଅନ୍ ହୁଇଲ୍ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଛି । ୬୦ଟି ଓଡ୍ରାଫ୍ ଟିମ୍, ୧୪ ଏନ୍‌ଡିଆରଏଫ୍‌ ଟିମ୍  ୨୨୧ ଟି   ଅଗ୍ନିଶମ  ବିଭାଗ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି ।  ଆବଶ୍ୟକ ସ୍ଥଳେ ଅଧିକ ବ୍ୟବସ୍ଥା  କରାଯିବ । ବାତ୍ୟା ପ୍ରଭାବରେ  ରାସ୍ତା ଅବରୋଧକୁ ଦୃଷ୍ଟିରେ ରଖି ଓଏଫଡିସି ପକ୍ଷରୁ ୧୦୦  ଟିମ୍ ନିୟୋଜିତ ହୋଇଛନ୍ତି । ଗୋପାଳପୁର, ପୁରୀ , ସାତପଡା, ଚିଲିକା ସମେତ ସବୁ ସମୁଦ୍ରକୂଳକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ବାରଣ କରାଯାଇଛି । ଉପକୂଳ ଅଂଚଳର ସତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଯେଉଁମାନେ ପୂର୍ବରୁ ଯାଇଛନ୍ତି ସେମାନେ ଫେରି ଆସିଛନ୍ତି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button