Accident: ମଥୁରା ରାଜପଥରେ ଟ୍ରକ୍କୁ ପଛରୁ ପିଟିଲା କାର୍, ୪ ମୃତ
ଉତ୍ତରପ୍ରଦେଶର ମଥୁରାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଅଛନ୍ତି। ଏହି ଦୁର୍ଘଟଣାରେ ଆଉ ୫ ଜଣ ଆହତ ହୋଇଛନ୍ତି

ମଥୁରା: ଉତ୍ତରପ୍ରଦେଶର ମଥୁରାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଅଛନ୍ତି। ଏହି ଦୁର୍ଘଟଣାରେ ଆଉ ୫ ଜଣ ଆହତ ହୋଇଛନ୍ତି। ସେମାନେ ଏକ କାର୍ରେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରୁ ବୃନ୍ଦାବନ ଯାଉଥିବା ବେଳେ ରାଜପଥରେ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲେ।
ପୁଲିସ ସୂଚନା ଅନୁଯାୟୀ, ମଥୁରାର ଜେଣ୍ଟ ଥାନା ଅଞ୍ଚଳରେ ଥିବା ସନ୍ ସିଟି ନିକଟରେ ସକାଳ ପ୍ରାୟ ୭ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା। ମଧ୍ୟପ୍ରଦେଶର ପଞ୍ଜୀକରଣ ନମ୍ବର ଥିବା ଏହି କାର୍ରେ ମୋଟ ୯ ଜଣ ଯାତ୍ରୀ ଥିଲେ। ମଥୁରା ଏସ୍ଏସ୍ପି ଶ୍ଳୋକ କୁମାରଙ୍କ ସୂଚନା ଅନୁଯାୟୀ, ମୃତକମାନେ ହେଲେ ରୁବି ଶର୍ମା (୩୨), ଜ୍ୟୋତି (୩୦) ଏବଂ ୧୦ ଓ ୪ ବର୍ଷର ଦୁଇ ଶିଶୁ। ଆହତମାନଙ୍କ ମଧ୍ୟରେ ଦେବାଶିଷ (୨୭), ଆଶା ଦେବୀ (୫୫), ଗିରିଜା ଦେବୀ (୨୫) ଏବଂ ୩ ଓ ୧୨ ବର୍ଷର ଦୁଇ ଶିଶୁ ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି।
ସୌଜନ୍ୟ ସମ୍ବାଦ




