ଦେଶ ବିଦେଶ

Prinsita Arijita Pattnaik: ହେରିଟେଜ୍ ମେଡିକାଲ ସାଇନ୍ସର ଛାତ୍ର ସଂସଦ ଗଠିତ: ଉପସଭାପତି ହେଲେ ଛତ୍ରପୁରର ପ୍ରିନ୍ସିତା ଅରିଜିତା ପଟ୍ଟନାୟକ

ବାରାଣସୀସ୍ଥିତ ହେରିଟେଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂତନ ଛାତ୍ର ସଂସଦ (ଷ୍ଟୁଡେଣ୍ଟ କାଉନସିଲ) ଗଠନ କରାଯାଇଛି। ଏହି ନୂତନ ଛାତ୍ର ସଂସଦର ଉପସଭାପତି ଭାବେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଛତ୍ରପୁରର ପ୍ରିନ୍ସିତା ଅରିଜିତା ପଟ୍ଟନାୟକ ମନୋନୀତ ହୋଇଛନ୍ତି।

ଛତ୍ରପୁର: ବାରାଣସୀସ୍ଥିତ ହେରିଟେଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂତନଛାତ୍ର ସଂସଦ (ଷ୍ଟୁଡେଣ୍ଟ କାଉନସିଲ) ଗଠନ କରାଯାଇଛି। ଏହି ନୂତନ ଛାତ୍ର ସଂସଦର ସଭାପତି ଭାବେ ଆଦିତ୍ୟ ମୋଟୱାନୀ ଏବଂ ଉପସଭାପତି ଭାବେ ଓଡ଼ିଶାର ଗଞ୍ଜାମଜିଲ୍ଲା ଛତ୍ରପୁରର ପ୍ରିନ୍ସିତା ଅରିଜିତା ପଟ୍ଟନାୟକ ମନୋନୀତ ହୋଇଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ମେଜର ଜେନେରାଲ (ଡଃ) ଏସ୍‌.କେ. ଝାଙ୍କ ଦସ୍ତଖତରେ ନଭେମ୍ବର ୨୩ ତାରିଖରେ ଜାରି ବିଜ୍ଞପ୍ତିଅନୁଯାୟୀ, ଚୟନ କମିଟି ବିଭିନ୍ନ ପଦବୀ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଛି। ଧନଞ୍ଜୟ ଟେକାଲେ ଓ ଶ୍ରୀମାଇ ରୟଙ୍କୁ ସାଧାରଣ ସମ୍ପାଦକ, ଦିବ୍ୟାଂଶ ରାୟ ଓ ମିଲି ନିଧିଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି।

ସେହିପରି ପ୍ରତୀକ୍ଷା ରାୟ, ପ୍ରୀତି ଝା ଓ ପ୍ରିୟା ଶିବକୁମାର ପଟେଲଙ୍କୁ ଶିକ୍ଷା ସମ୍ପାଦକ, ହର୍ଷିତା ସିଂହ, ଦିବ୍ୟାଂଶ ତ୍ୟାଗୀ ଓ ପ୍ରଥମେଶ ଦୁବେଙ୍କୁ କ୍ରୀଡ଼ା ସମ୍ପାଦକ, ପଲକ ପ୍ରଜ୍ଞା, ଦେଶମୁଖ ଶ୍ରାବଣୀ ରାଜେଶ ଓ ରାୟାନ ଇରାନୀଙ୍କୁ ସାଂସ୍କୃତିକ ସମ୍ପାଦକ ଏବଂ ଶ୍ରୁତି ଚୌରାସିଆ, ରାହୁଲ କୁମାର ଓ ଐଶୀ ଗୁପ୍ତାଙ୍କୁ ଗଣମାଧ୍ୟମ ସମ୍ପାଦକ ଭାବେ ମନୋନୀତ କରାଯାଇଛି।

ଛତ୍ରପୁରର କୋର୍ଟ ଷ୍ଟେସନ ସାହିର ବାସିନ୍ଦା

ଉଲ୍ଲେଖଯୋଗ୍ୟ ଯେ, ଉପସଭାପତି ପ୍ରିନ୍ସିତା ଅରିଜିତା ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଛତ୍ରପୁରର କୋର୍ଟ ଷ୍ଟେସନ ସାହିର ବାସିନ୍ଦା। ସେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ସ୍ବର୍ଗତ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ନାତୁଣୀ ଏବଂ ଯୁବ ବ୍ୟବସାୟୀ ପୁଳିନ ବିହାରୀ ପଟ୍ଟନାୟକ ଓ ପୂର୍ବତନ କାଉନସିଲର ଯାଜ୍ଞସେନୀ ସାମନ୍ତରାୟ ଙ୍କ କନ୍ୟା ଅଟନ୍ତି। ଏହା ସହିତ ଯୁବ ନେତା ଅଟଳ ବିହାରୀ ପଟ୍ଟନାୟକଙ୍କ ମଧ୍ୟ ସେ ଝିଆରୀ ଅଟନ୍ତି l   ଜାତୀୟସ୍ତରର ଏକ ମେଡିକାଲ ଶିକ୍ଷାନୁଷ୍ଠାନର ଛାତ୍ର ସଂସଦର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଛତ୍ରପୁରର ଝିଅ ମନୋନୀତ ହେବା ଖବର ଅଞ୍ଚଳ ପାଇଁ ଗୌରବର ବିଷୟ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button