ଦେଶ ବିଦେଶ

Middle East War: ମଧ୍ୟପ୍ରାଚ୍ୟରେ ଇରାନ ସମର୍ଥିତ ହୁତିଙ୍କ ଆକ୍ରମଣ ଆଶଙ୍କା ଘନେଇଲା: ସତର୍କ ସୂଚନା ଜାରି କଲା ଆମେରିକା

ମଧ୍ୟପ୍ରାଚ୍ୟରେ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଆମେରିକା ନିଜର ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ବୈଦେଶିକ ବିଭାଗ ଏକ ଚେତାବନୀ ଜାରି କରି କହିଛି ଯେ, ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଦ୍ୱାରା ସଶସ୍ତ୍ର ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଛି।

ୱାସିଂଟନ: ମଧ୍ୟପ୍ରାଚ୍ୟରେ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଆମେରିକା ନିଜର ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ବୈଦେଶିକ ବିଭାଗ ଏକ ଚେତାବନୀ ଜାରି କରି କହିଛି ଯେ, ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଦ୍ୱାରା ସଶସ୍ତ୍ର ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଛି।

ଏହା ସହିତ ଇରାନ ଏହି ଅଞ୍ଚଳରେ ଥିବା ଆମେରିକୀୟ ସରକାରୀ ଅଧିକାରୀ ଏବଂ ସାମରିକ ଘାଟି ଗୁଡ଼ିକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରୁଛି। ଆମେରିକାର ବୈଦେଶିକ ବିଭାଗ ଏହି ଅଞ୍ଚଳର ବିଭିନ୍ନ ଦେଶରେ ଥିବା ନିଜର ଦୂତାବାସ ମାଧ୍ୟମରେ ଆମେରିକୀୟ ନାଗରିକମାନଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କହିଛି। ସମ୍ଭାବ୍ୟ ସୁରକ୍ଷା ସତର୍କତା, ବିମାନ ଉଡ଼ାଣ ବାତିଲ, ଆକାଶ ମାର୍ଗ ବନ୍ଦ ଏବଂ ଯାତ୍ରା ବାଧା ପ୍ରତି ସଚେତନ ରହିବାକୁ ସୂଚନା ଜାରି କରିଛି।

ଘାଟିଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ
ଷ୍ଟେଟ୍ ଡିପାର୍ଟମେଣ୍ଟ ଅନୁଯାୟୀ, ଇରାନ ବାହାରିନ ଏବଂ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଛି। ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ଆରବ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଛନ୍ତି। ବେସାମରିକ ବିମାନବନ୍ଦର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରି, ସାଧାରଣ ଲୋକଙ୍କର ମୃତ୍ୟୁ ଘଟାଇବା ସହିତ ଯାତ୍ରାକୁ ଗୁରୁତର ଭାବରେ ବାଧାପ୍ରାପ୍ତ କରିଛନ୍ତି। ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ଚିନ୍ତା ପ୍ରକାଶ କରିଛି, ଅଞ୍ଚଳରେ ଚାଲିଥିବା ସଂଘର୍ଷ ଅଧିକ ଭୟଙ୍କର ହୋଇପାରେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button