ଦେଶ ବିଦେଶ

Rape in Delhi: କାଫେରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧା ହେଲେ ୨ମହିଳାଙ୍କ ସମେତ ୩ ଜଣ

ରାଜଧାନୀ ଦିଲ୍ଲୀରେ ମହିଳାମାନେ ନିଜକୁ ସୁରକ୍ଷିତ ଭାବୁ ନାହାଁନ୍ତି। ପରିସ୍ଥିତି ଏପରି ହୋଇଯାଇଛି ଯେ ମହିଳାମାନଙ୍କ ସହକର୍ମୀମାନେ ସେମାନଙ୍କ ସମ୍ମାନର ଶତ୍ରୁ ହୋଇଯାଉଛନ୍ତି। ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ଏଭଳି ଏକ ସମ୍ବେଦନଶୀଳ ଘଟଣା...

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହିଳାମାନେ ନିଜକୁ ସୁରକ୍ଷିତ ଭାବୁ ନାହାଁନ୍ତି। ପରିସ୍ଥିତି ଏପରି ହୋଇଯାଇଛି ଯେ ମହିଳାମାନଙ୍କ ସହକର୍ମୀମାନେ ସେମାନଙ୍କ ସମ୍ମାନର ଶତ୍ରୁ ହୋଇଯାଉଛନ୍ତି। ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। କାଫେ ଭିତରେ ଜଣେ ଯୁବତୀଙ୍କୁ ତାଙ୍କ ନିଜ ସହକର୍ମୀମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି।

ରିପୋର୍ଟ ଅନୁଯାୟୀ ପୁଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ମହିଳା ସମେତ ତିନି ଜଣଙ୍କୁ ଗିରଫ କରିଛି। ମାମଲାରେ ସଂପୃକ୍ତ ଅନ୍ୟ ଦୁଇଜଣ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ଖୋଜୁଛି। ପୁଲିସ ସ୍ପଷ୍ଟ ଭାବରେ କହିଛି ଯେ ଅଭିଯୁକ୍ତଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ।

କାଫେରେ କାମ କରୁଥିଲେ ଯୁବତୀ

ପୁଲିସ କହିଛି, ପୀଡିତା ଏକ କାଫେରେ କାମ କରୁଥିଲେ। ଯୁବତୀ ଜଣକ ସୋମବାର ରାତିରେ ତାଙ୍କ ସହକର୍ମୀଙ୍କ ସହିତ ସୁଲତାନତ କାଫେରେ ଏକ ପାର୍ଟିରେ ଯୋଗ ଦେଇଥିଲେ। କାଫେ ବନ୍ଦ ହେବା ପରେ ମଧ୍ୟ ପୁରୁଷମାନେ ନାଚ ଏବଂ ଗୀତ ଗାଇବା ଜାରି ରଖିଥିଲେ। କାରଣ ସେମାନଙ୍କ ପାଖରେ ଚାବି ଥିଲା। ସେମାନେ ସକାଳ ସାଢ଼େ ୩ଟାରେ ଚାଲିଯାଇଥିଲେ।

ପୁଲିସର ତଦନ୍ତ  ଜାରି

ପୀଡିତା ଅଭିଯୋଗ କରିଛନ୍ତି ଯେ ପାର୍ଟିରେ ଦୁଇଜଣ ପୁରୁଷ ତାଙ୍କୁ ଦୁଷ୍କର୍ମ କରିଥିଲେ। ଅନ୍ୟ ଦୁଇଜଣ ସେମାନଙ୍କୁ ସହାୟତା କରିଥିଲେ। ପୁଲିସ ଚାରି ଜଣ ପୁରୁଷ ଏବଂ ଦୁଇ ଜଣ ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ଏବଂ ବାକି ସନ୍ଦିଗ୍ଧଙ୍କୁ ଖୋଜୁଛି। ପୁଲିସ କହିଛି ପୀଡ଼ିତା ନ୍ୟାୟ ପାଇବେ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button