Actress kavya kiran: ଖୁବ୍ ଶୀଘ୍ର ମୁଁ ପୁଣି ଏକ ହିନ୍ଦୀ ସିନେମାରେ ଅଭିନୟ କରିବି: କାବ୍ୟା କିରଣ
‘ଖୁସି’ ଓ ‘ ରଘୁ ସର୍ଦ୍ଦାର’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦୁଇ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି କାବ୍ୟା କିରଣ। ଆଞ୍ଜେଲ୍ ପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ। ଆସନ୍ତୁ ଜାଣିବା ଏହାର କାରଣ ଓ ଏବେ କ’ଣ କରୁଛନ୍ତି କାବ୍ୟା କିରଣ।

‘ଖୁସି’ ଓ ‘ ରଘୁ ସର୍ଦ୍ଦାର’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦୁଇ ଥର ରାଜ୍ୟ ଚଳଚ୍ଚିତ୍ରପୁରସ୍କାର ଲାଭ କରିଛନ୍ତି କାବ୍ୟା କିରଣ। ଉଭୟ ଓଲିଉଡ ଓ ବଲିଉଡରେ ନିଜର ଅଭିନୟ ଯାତ୍ରା ଜାରି ରଖିଛନ୍ତି ଅଭିନେତ୍ରୀ କାବ୍ୟା କିରଣ। ୨୦୧୪ ରେ ରିଲିଜ୍ ହୋଇଥିବା ଥ୍ରିଡି ଓଡ଼ିଆ ସିନେମା ‘କାଉଁରି କନ୍ୟା’ରେ ପ୍ରଥମେ ପରଦାକୁ ଆସିଥିଲେ। ସୌମରଂଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କାବ୍ୟା କିରଣଙ୍କ ଅଭିନୟ ବି ବେଶ୍ ପ୍ରଭାବଶାଳୀ ଥିଲା। ‘କାଉଁରୀ କନ୍ୟା’ ରିଲିଜ୍ ହେବା ବେଳକୁ କାବ୍ୟା କିରଣ୍ ବଲିଉଡକୁ ଯାଇସାରିଥିଲେ। ସେଠି ସେ ରାମରତନ୍, ରଙ୍ଗ୍ -ଏ -ଇଶ୍କ, ଓ ଜୟବୀର ପାଂଘଲ ଭଳି ହିନ୍ଦୀ ସିନେମାରେ କାମ କରିବାରେ ସୁଯୋଗ ପାଇଥିଲେ। ଏହାପରେ କାବ୍ୟା ‘ରହସ୍ୟ, ‘ରଘୁ ସର୍ଦ୍ଦାର’, ‘ତୋ ନା ର ମାନେ ହଁ’,‘ଭୋକ’, ଖୁସି, ଓ ଆଞ୍ଜେଲ୍ ଆଦି ଓଡ଼ିଆ ଛବିରେ କାମ କରିଛନ୍ତି। ଏହାଛଡ଼ା ତାଙ୍କୁ ‘୭୨ ଆୱାର୍ସ’ ଓ ‘ଏକ୍ସପୋଜ୍’ ଭଳି ୱେବ୍ ସିରିଜ୍ରେ ବି ଦେଖିବାକୁ ପାଇଛନ୍ତି ଦର୍ଶକ। ଆଞ୍ଜେଲ୍ ପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ। ଆସନ୍ତୁ ଜାଣିବା ଏହାର କାରଣ ଓ ଏବେ କ’ଣ କରୁଛନ୍ତି କାବ୍ୟା କିରଣ।
ପ୍ରଶ୍ନ: ଆପଣଙ୍କୁ ପ୍ରାୟ ଦେଢ଼ ବର୍ଷ ହେଲା ଓଡ଼ିଆ ଛବିରେ ଆଉ ଦେଖିବାକୁ ମିଳୁନି। କାରଣ କ’ଣ?
ଉତ୍ତର: ମୁଁ ମୁମ୍ବାଇରେ ରହୁଥିବା କାରଣରୁ କମ୍ ସଂଖ୍ୟକ ଓଡ଼ିଆ ସିନେମା କରୁଛି। ତେବେ ମୋର ଗୋଟିଏ ଓଡ଼ିଆ ଛବି ‘ମହାନାୟକ’ ଢେର ଦିନ ହେବ ରିଲିଜ୍ ଅପେକ୍ଷାରେ ରହିଛି। ଏଥିରେ ମୋତେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶ। ଏଥିରେ ଜଣେ ମହିଳା ପାଇଲଟ୍ ଭାବେ ମୁଁ ଅଭିନୟ କରିଛି। ଏହି ଫିଲ୍ମର ରିଲିଜ୍କୁ ମୁଁ ଅପେକ୍ଷା କରିଛି।
ସୌଜନ୍ୟ ସମ୍ବାଦ




