A New Trend in Winter Fashion: ଶୀତ ଫ୍ୟାସନ୍ରେ ନୂଆ ଟ୍ରେଣ୍ଡ୍: ଚେକ୍ ପ୍ରିଣ୍ଟ୍
ଶୀତ ଆସିଲେ ବଦଳିଯାଏ ଫ୍ୟାସନ୍ର ରଙ୍ଗଢଙ୍ଗ। ଗରମ ପୋଷାକ ସାଙ୍ଗକୁ ଖୋଜାହୁଏ ଷ୍ଟାଇଲିସ୍ ଲୁକ୍। ଏଥର ଶୀତ ଫ୍ୟାସନ୍ରେ ପୁଣି ଫେରିଛି ପୁରୁଣା ଚେକ୍ ପ୍ରିଣ୍ଟ୍। ଦିନେ ଉଲ୍ କୋଟ୍ ଓ ସ୍କାର୍ଫରେ ସୀମିତ ଥିବା ଏହି ଫ୍ୟାସନ୍ ଏବେ ଆଧୁନିକ ଶୈଳୀରେ ନୂଆ ରୂପ ଓ ଆକର୍ଷଣ ସହ ଫେରିଛି।

ଶୀତ ଆସିଲେ ବଦଳିଯାଏ ଫ୍ୟାସନ୍ର ରଙ୍ଗଢଙ୍ଗ। ଗରମ ପୋଷାକ ସାଙ୍ଗକୁ ଖୋଜାହୁଏ ଷ୍ଟାଇଲିସ୍ ଲୁକ୍। ଏଥର ଶୀତ ଫ୍ୟାସନ୍ରେ ପୁଣି ଫେରିଛି ପୁରୁଣା ଚେକ୍ ପ୍ରିଣ୍ଟ୍। ଦିନେ ଉଲ୍ କୋଟ୍ ଓ ସ୍କାର୍ଫରେ ସୀମିତ ଥିବା ଏହି ଫ୍ୟାସନ୍ ଏବେ ଆଧୁନିକ ଶୈଳୀରେ ନୂଆ ରୂପ ଓ ଆକର୍ଷଣ ସହ ଫେରିଛି। ଏଥିରେ ରହିଛି, ପାରମ୍ପରିକ ଶୈଳୀ ସହ ଆଧୁନିକତାର ମିଶ୍ରଣ।
ଚେକ୍ ବା ପ୍ଲେଡ୍ ପ୍ରିଣ୍ଟ୍ ହେଉଛି ଭୂସମାନ୍ତର ଓ ଭୂଲମ୍ବ ରେଖାର ସମନ୍ୱୟରେ ତିଆରି ଏକ ଆକର୍ଷଣୀୟ ଡିଜାଇନ୍। ଏହି କ୍ରମରେ ଛୋଟ ବଡ଼ ଘର ଆକାରରେ ଉପଲବ୍ଧ ବିଭିନ୍ନ ପୋଷାକ ସ୍ୱତନ୍ତ୍ର ଲୁକ୍ ଦେଇଥାଏ। ପୂର୍ବରୁ ମୋଟା ଉଲ୍ କପଡ଼ାରେ ଏହାର ବ୍ୟବହାର ଅଧିକ ଦେଖିବାକୁ ମିଳୁଥିଲା। ହେଲେ ଏବେ ସିଲ୍କ, କଟନ୍ ଓ ହାଲୁକା କପଡ଼ାରେ ମଧ୍ୟ ଚେକ୍ ପ୍ରିଣ୍ଟ୍ର ନୂଆ ନୂଆ ଡିଜାଇନ୍ ତିଆରି ହେଉଛି। ଲାଲ-କଳା, ବାଦାମୀ-ବେଜ୍ ଓ ନୀଳ-ଧଳା ଭଳି ରଙ୍ଗର ମିଶ୍ରଣ ଏହି ପ୍ରିଣ୍ଟ୍କୁ ଅଧିକ ଆକର୍ଷଣୀୟ କରିଥାଏ। ଏହା କେବଳ କୋଟ୍ କିମ୍ବା ସ୍କାର୍ଫରେ ସୀମିତ ନାହିଁ। ସର୍ଟ, ସ୍କର୍ଟ, ଟ୍ରାଉଜର୍, ବ୍ଲେଜର୍ ଓ ଲମ୍ବା ଡ୍ରେସ୍ର ମଧ୍ୟ ଚାହିଦା ରହିଛି। ଭିନ୍ନ ରଙ୍ଗ ଓ ଆକାରର ଚେକ୍ ପ୍ରିଣ୍ଟ୍ ପୋଷାକକୁ ଦେଉଛି ଏକ ନୂଆ ଫ୍ୟାସନେବଲ୍ ଲୁକ୍।
ସୌଜନ୍ୟ ସମ୍ବାଦ




