ମନୋରଞ୍ଜନ

Ranbir Kapoor: ‌କୋଲକାତାରେ ଭୁଲ୍ ମନ୍ତବ୍ୟ ପାଇଁ ଚେନ୍ନାଇରେ କ୍ଷମା ମାଗିଲେ ରଣବୀର କପୁର

ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ପାର୍ଟ-୧’କୁ ନେଇ ଜୋରଦାର ପ୍ରଚାର ଚାଲିଥିବାବେଳେ ନିଜର ଏକ ମନ୍ତବ୍ୟକୁ ନେଇ କ୍ଷମା ମାଗିଛନ୍ତି ବଲିଉଡ୍ ଅଭିନେତା ରଣବୀର କପୁର। ଦଶହରା ଅବସରରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ତାଙ୍କର କହିବାରେ ଭୁଲ୍...

ଚେନ୍ନାଇ: ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ପାର୍ଟ-୧’କୁ ନେଇ ଜୋରଦାର ପ୍ରଚାର ଚାଲିଥିବାବେଳେ ନିଜର ଏକ ମନ୍ତବ୍ୟକୁ ନେଇ କ୍ଷମା ମାଗିଛନ୍ତି ବଲିଉଡ୍ ଅଭିନେତା ରଣବୀର କପୁର। ଦଶହରା ଅବସରରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ତାଙ୍କର କହିବାରେ ଭୁଲ୍ ହୋଇଥିବା ସେ ସ୍ୱୀକାର କରିଛନ୍ତି। ସେଥିପାଇଁ ଚେନ୍ନାଇରେ ଆୟୋଜିତ ଫିଲ୍ମର ପ୍ରଚାର କାର୍ଯ୍ୟକ୍ରମରେ ସେ ହୃଦୟରୁ କ୍ଷମା ମାଗିଛନ୍ତି।

ରଣବୀର କହିଛନ୍ତି ଯେ, ଦଶହରା କାର୍ଯ୍ୟକ୍ରମରେ ସେ ଯାହା କହିବାକୁ ଚାହୁଁଥିଲେ, ତାହା ଠିକ୍ ଭାବେ ପ୍ରକାଶ କରିପାରି ନଥିଲେ। ତାଙ୍କ କହିବାର ଉଦ୍ଦେଶ୍ୟ ଥିଲା, ମନ୍ଦ ଶକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଶେଷରେ ସତ୍ୟ ଓ ଭଲର ବିଜୟ ହେବ। ମାତ୍ର ଭାଷଣ ଦେବା ସମୟରେ ଅଜାଣତରେ ସେ କହିଦେଇଥିଲେ କି ସତ୍ୟ ଏବଂ ଭଲର ଅନ୍ତ ହେବ।  ଯାହା ତାଙ୍କର ଭୁଲ୍ ହୋଇଯାଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

ସତ୍ୟର ପଥରେ ଚାଲିବାକୁ ଆହ୍ୱାନ

ଦଶହରା ଅବସରରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରଣବୀର କପୁର କହିଥିଲେ ଯେ, କୋଲକାତା ମାଟିରେ ଦଶହରା ପାଳନ କରିବା ତାଙ୍କ ପାଇଁ ଆନନ୍ଦ ଓ ସୌଭାଗ୍ୟର ବିଷୟ। ଏଥିପାଇଁ ସେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ। ଦଶହରା ଆମକୁ ଏକ ସୁନ୍ଦର ବାର୍ତ୍ତା ଦିଏ ଯେ, ମନ୍ଦ ଶକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଶେଷରେ ସତ୍ୟ ଓ ଭଲର ହିଁ ବିଜୟ ହୋଇଥାଏ ବୋଲି ସେ କହିଥିଲେ। ଏହାସହ ସମସ୍ତଙ୍କୁ ପ୍ରେମ ଓ ଖୁସି ବାଣ୍ଟିବା ସହ ସବୁବେଳେ ସତ୍ୟର ପଥରେ ଚାଲିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ‘ରାମାୟଣ’ ଟିମ୍ ପକ୍ଷରୁ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇବା ସହ ‘ଜୟ ଶ୍ରୀରାମ’ କହିଥିଲେ।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ରାମାୟଣ: ପାର୍ଟ-୧’ର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ନମିତ ମଲହୋତ୍ରା। ଏହି ଫିଲ୍ମରେ ରଣବୀର କପୁରଙ୍କ ସହ ସାଇ ପଲ୍ଲବୀ, ରବି ଦୁବେ, ଅରୁଣ ଗୋଭିଲ, ରକୁଲ ପ୍ରୀତ ସିଂହ ଓ ବିବେକ ଓବରୟଙ୍କ ଭଳି କଳାକାର ନଜର ଆସିବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button