ନୂଆଦିଲ୍ଲୀ: ଗିଗ୍ କର୍ମଚାରୀମାନଙ୍କ ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କରିଥିବା ଆପ୍ ସାଂସଦ ରାଘବ ଚଢ଼ା ଡେଲିଭରି ବଏ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ସେ ବ୍ଲିଙ୍କଇଟ୍ର ଡେଲିଭରି ରାଇଡର୍ ହୋଇଛନ୍ତି। ତାହାର ଏକ ଭିଡିଓ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି। ସେଥିରେ ସେ ବ୍ଲିଙ୍କ୍ଇଟ୍ ଲେଖାଥିବା ଏକ ହଳଦିଆ ଟି-ସାର୍ଟ ପିନ୍ଧିବା ସହ ଜଣେ ଡେଲିଭରି ଏଜେଣ୍ଟଙ୍କଠାରୁ ବ୍ୟାଗ୍ ନେଇ ସ୍କୁଟି ପଛରେ ବସୁଥିବା ଦେଖିବାକୁ ମିଳୁଛି। ସ୍କୁଟରଟି ଯାଇ ଏକ ଷ୍ଟୋର୍ ପାଖରେ ଅଟକୁଛି। ସେଠାରୁ ସେ ଜିନିଷ ସଂଗ୍ରହ କରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଛନ୍ତି। ଗ୍ରାହକଙ୍କ ଘର ପାଖରେ ଡେଲିଭରି ଏଜେଣ୍ଟ ଜଣକ ଲିଫ୍ଟରୁ ବାହାରି ବେଲ ବଜାଇବା ବେଳେ ରାଘବ ତାଙ୍କ ପଛରେ ଚାଲୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଭିଡିଓର କ୍ୟାପସନ୍ରେ ରାଘବ ଲେଖିଛନ୍ତି ଯେ ବୋର୍ଡରୁମ୍ରୁ କିଛି ସମୟ ବାହାରେ।

