ଦେଶ ବିଦେଶ
Abhijit Deepke Under Preventive: ଦିଲ୍ଲୀରେ ପ୍ରତିବାଦକୁ ନେଇ ହଲଚଲ୍! ନେହା ବୋରା ମୁକ୍ତ, ଅଭିଜିତ ଦୀପକେଙ୍କୁ ପ୍ରିଭେଣ୍ଟିଭ୍ ଆରେଷ୍ଟ
ଦିଲ୍ଲୀରେ ତ୍ରିରଙ୍ଗା ମାର୍ଚ୍ଚକୁ ନେଇ ତେଜିଲା ରାଜନୈତିକ ଉତ୍ତେଜନା। ଆନ୍ଦୋଳନକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଚର୍ଚ୍ଚାକୁ ଆସିଛନ୍ତି ଛାତ୍ରନେତ୍ରୀ ନେହା ବୋରା ଓ କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ। ନେହାଙ୍କୁ ପ୍ରାୟ ୧୨ ଘଣ୍ଟା ଅଟକ ରଖିବା ପରେ ପୁଲିସ ଛାଡ଼ିଥିବା ବେଳେ ଅଭିଜିତଙ୍କୁ ପ୍ରିଭେଣ୍ଟିଭ୍ ଆରେଷ୍ଟ କରାଯାଇଛି।

ନୂଆଦିଲ୍ଲୀ: ଦିଲ୍ଲୀରେ ତ୍ରିରଙ୍ଗା ମାର୍ଚ୍ଚକୁ ନେଇ ତେଜିଲା ରାଜନୈତିକ ଉତ୍ତେଜନା। ଆନ୍ଦୋଳନକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଚର୍ଚ୍ଚାକୁ ଆସିଛନ୍ତି ଛାତ୍ରନେତ୍ରୀ ନେହା ବୋରା ଓ କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ। ନେହାଙ୍କୁ ପ୍ରାୟ ୧୨ ଘଣ୍ଟା ଅଟକ ରଖିବା ପରେ ପୁଲିସ ଛାଡ଼ିଥିବା ବେଳେ ଅଭିଜିତଙ୍କୁ ପ୍ରିଭେଣ୍ଟିଭ୍ ଆରେଷ୍ଟ କରାଯାଇଛି। ଏହାକୁ ନେଇ ଛାତ୍ର ସଂଗଠନଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବର ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମଣ୍ଡି ହାଉସ୍ରୁ ଜନ୍ତରମନ୍ତର ଅଭିମୁଖେ ଆୟୋଜିତ ତ୍ରିରଙ୍ଗା ମାର୍ଚ୍ଚରେ ସାମିଲ ହେବା ପରେ AISAର ସଭାପତି ନେହା ବୋରାଙ୍କୁ ପୁଲିସ ଅଟକ ରଖିଥିଲା। ତାଙ୍କୁ କେଉଁଠି ରଖାଯାଇଛି, ତାହା ଜଣାପଡ଼ୁ ନ ଥିବା ଛାତ୍ର ସଂଗଠନ ଅଭିଯୋଗ କରିଥିଲା। ପରେ ସେ ଆର୍କେ ପୁରମ୍ ଥାନାରେ ଥିବା ଜଣାପଡ଼ିଥିଲା। ପ୍ରାୟ ୧୨ ଘଣ୍ଟା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।
ସୌଜନ୍ୟ ସମ୍ବାଦ




