Abhishek Sharma:ମୋର ବ୍ୟାଟିଂ ଶୈଳୀ ବଦଳିବ ନାହିଁ: ଅଭିଷେକ

ବାରମ୍ବାର ବ୍ୟାଟିଂ ବିଫଳତା ପାଇଁ ଏବେ ମୁହଁ ଖୋଲିଛନ୍ତି ଅଭିଷେକ। ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି ଯେ “ମୁଁ ମୋ ବ୍ୟାଟିଂକୁ ଉପଭୋଗ କରୁଛି। ଦୁଇ ବର୍ଷ ତଳେ ମୁଁ ଚାପରେ ରହିବା ବନ୍ଦ କରିଦେଇଥିଲି।

ଅହମଦାବାଦ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତୀୟ ଦଳ ରବିବାରଠାରୁ ନିଜର ସୁପର-୮ ଅଭିଯାନ ଆରମ୍ଭ କରିଥିବାବେଳେ ଭାରତର ବିସ୍ଫୋରକ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ଉପରେ ପୁଣି ଥରେ ସମସ୍ତଙ୍କ ନଜର ରହିବ। କାରଣ ଆଇସିସି ମାନ୍ୟତା ଅନୁସାରେ ସେ ବିଶ୍ବର ନଂ.୧ ଟ୍ବେଣ୍ଟି-୨୦ ବ୍ୟାଟର୍‌ ଥିଲେ ବି ଚଳିତ ବିଶ୍ବକପ୍‌ରେ ତାଙ୍କର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି। ସେ କ୍ରମାଗତ ତିନୋଟି ମ୍ୟାଚ୍‌ରେ ଖାତା ଖୋଲିପାରିନାହାନ୍ତି। ତାଙ୍କର ଏହି ଖରାପ ପ୍ରଦର୍ଶନକୁ ଦେଖି ପାକିସ୍ତାନୀ ଖେଳା​ଳି ମହମ୍ମଦ ଅମୀର ତାଙ୍କୁ ବାରମ୍ବାର ‘ଚକର୍‌’ ବୋଲି ଡାକୁଛନ୍ତି। ସେହିପରି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ତାଙ୍କୁ କେତେକ ପରାମର୍ଶ ଦେଇଛନ୍ତି।

ବାରମ୍ବାର ବ୍ୟାଟିଂ ବିଫଳତା ପାଇଁ ଏବେ ମୁହଁ ଖୋଲିଛନ୍ତି ଅଭିଷେକ

ବାରମ୍ବାର ବ୍ୟାଟିଂ ବିଫଳତା ପାଇଁ ଏବେ ମୁହଁ ଖୋଲିଛନ୍ତି ଅଭିଷେକ। ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି ଯେ “ମୁଁ ମୋ ବ୍ୟାଟିଂକୁ ଉପଭୋଗ କରୁଛି। ଦୁଇ ବର୍ଷ ତଳେ ମୁଁ ଚାପରେ ରହିବା ବନ୍ଦ କରିଦେଇଥିଲି। କାରଣ ମୋ ନିୟନ୍ତ୍ରଣରେ କେବଳ ଅଭ୍ୟାସ ଓ ତାଲିମ ରହିଛି। କିନ୍ତୁ ମୋ ଉପରେ କୌଣସି ଚାପ ନାହିଁ। ବ୍ୟାଟର୍‌ମାନେ ନିଜ କ୍ୟାରିୟରରେ ଉପର ତଳ ଦେଇ ଗତି କରନ୍ତି। କେତେବେଳେ ରନ ଆସେ ତ କେତେବେଳେ ଆସେ ନାହିଁ। କିନ୍ତୁ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ନିର୍ଦ୍ଦିଷ୍ଟ ଶୈଳୀ ଓ ମନୋଭାବ ନେଇ ଖେଳିବି। ମୁଁ ମୋ ଶୈଳୀ ଓ ମନୋଭାବ ବଦଳାଇବି ନାହିଁ। ’’

ସୌଜନ୍ୟ ସମ୍ବାଦ

Exit mobile version