Accident: ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ହାଇୱା

ଢେଙ୍କାନାଳ-ଭୁବନ ମୁଖ୍ୟ ରାସ୍ତାର ଆଙ୍କୁର୍ଦା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ହାଇୱାଟି ବାଇକ୍‌କୁ ଧକ୍କା ଦେଇଥିଲା। ଏହା ପରେ ବାଇକ୍ ଆରୋହୀଙ୍କ ଉପରେ ଏହା ଚଢ଼ି ଯାଇଥିଲା।

ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇୱ। ଘଟଣାସ୍ଥଳରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା   ଗଁଦିଆ ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା।

ମୃତକଙ୍କ ନାଁ ଟୁରା ନାୟକ। ତାଙ୍କ ଘର ସାଆନ୍ଦାପଶି ପାଟଣାରେ।

ଢେଙ୍କାନାଳ-ଭୁବନ ମୁଖ୍ୟ ରାସ୍ତାର ଆଙ୍କୁର୍ଦା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ହାଇୱାଟି ବାଇକ୍‌କୁ ଧକ୍କା ଦେଇଥିଲା। ଏହା ପରେ ବାଇକ୍ ଆରୋହୀଙ୍କ ଉପରେ ଏହା ଚଢ଼ି ଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଆସି ଟୁରା ନାୟକଙ୍କୁ ଉଦ୍ଧାର କରି ବରପଦା ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟିବା ପରେ ହାଇୱା ଛାଡ଼ି ଫେରାର ହୋଇଯାଇଥିଲେ ଡ୍ରାଇଭର। ଗଁଦିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିଛି। ତା’ ସହିତ ପୁଲିସ ଘଟଣାର ତଦନ୍ତ କରୁଛି।

ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାରେ ପଣ୍ଡୁଆ ନିକଟରେ ଏକ କାର ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମୃତକଙ୍କ ନାଁ ସିଦ୍ଧେଶ୍ୱର ଗୁରୁ। ତାଙ୍କ ଘର ଢେଙ୍କାନାଳର ନୂଆଶାସନରେ। ସେହିପରି ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ନାଁ ସୁଶାନ୍ତ ନାୟକ। ତାଙ୍କ ଘର ଢେଙ୍କାନାଳର ବନମାଳି ପ୍ରସାଦରେ।

ସିଦ୍ଧେଶ୍ୱର ଓ ସୁଶାନ୍ତ ଏସି କାମ କରିବାକୁ ଢେଙ୍କାନାଳରୁ କାମାକ୍ଷାନଗର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସିଦ୍ଧେଶ୍ୱରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ସୁଶାନ୍ତ ନାୟକଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ତୁମୁସିଙ୍ଗା ପୁଲିସ ଘଟଣାର ତଦନ୍ତ କରୁଛି।

ସୌଜନ୍ୟ ଓଡିଶା ରିପୋର୍ଟର