Accident: ଡିଭାଇଡ଼ରକୁ ପିଟିଲା ଆଳୁ ବୋଝେଇ ଟ୍ରକ: ୨ ମୃତ

ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ପୋଲ ଉପରେ ଏକ ଆଳୁ ବୋଝେଇ ଟ୍ରକ ଡିଭାଇଡ଼ରକୁ ଧକା ଦେବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ପୋଲ ଉପରେ ଏକ ଆଳୁ ବୋଝେଇ ଟ୍ରକ ଡିଭାଇଡ଼ରକୁ ଧକା ଦେବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆକି ସକାଳ ଭୋର ସମୟରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ ତଳନଗର ନିକଟରେ ଅନ୍ୟଏକ ଗାଡିକୁ ଧକା ଦେବା ସହିତ ରାସ୍ତାର ଡିଭାଇଡ଼ରକୁ ଧକା ଦେଇଥିଲା।

ଫଳରେ ଗାଡିର ଚାଳକ ଓ ହେଲପର ଆଳୁବସ୍ତା ସହ ପୋଲ ତଳକୁ ଖସି ଚାପିହୋଇ ରହିଥିଲେ। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଓ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୀର୍ଘ ସମୟ ପରେ ଉଭୟଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।

ସୌଜନ୍ୟ ସମ୍ବାଦ

Exit mobile version