Breaking

JEE(Main) OAV ଜେଇଇ (ମେନ୍) ୨୦୨୬ ସେସନ୍-୨ରେ ୧୪୧ ଓଏଭି ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ର ଛାତ୍ରଛାତ୍ରୀମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା (ଜେଇଇ) ମେନ୍ ୨୦୨୬ (ସେସନ୍-୨) ରେ  ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଏଭି ଛାତ୍ରଛାତ୍ରୀଙ୍କ ଏଭଳି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ‘ଏକ୍ସ’ରେ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି।
ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମୋଟ ୧୪୧ ଜଣ ଛାତ୍ରଛାତ୍ରୀ ଜେଇଇ (ଏଡ୍‌ଭାନ୍ସଡ୍) ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଶୀର୍ଷ ସଫଳତା ପାଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ପୀୟୂଷ ରଞ୍ଜନ ସ୍ୱାଇଁ ୯୯.୮୯ ପ୍ରତିଶତ ରଖି ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷାଗତ ଶ୍ରେଷ୍ଠତାକୁ ଏହି ଫଳାଫଳ ଆହୁରି ସ୍ପଷ୍ଟ କରିଛି ।  ଯେଉଁଥିରେ ୭ ଜଣ ଛାତ୍ରଛାତ୍ରୀ ୯୯ ପ୍ରତିଶତରୁ ଅଧିକ, ୩୪ ଜଣ ୯୫ ପ୍ରତିଶତରୁ ଅଧିକ ଏବଂ ୬୩ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

ଏହି ଉଲ୍ଲେଖନୀ ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ, ନିଷ୍ଠା, ଶୃଙ୍ଖଳା ଓ କନ ପରିଶ୍ରମ ସହିତ ଓଡ଼ିଶାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଏବଂ ପରାମର୍ଶଦାତାଙ୍କ ନିରନ୍ତର ପ୍ରଚେଷ୍ଟାକୁ ପ୍ରତିଫଳିତ କରୁଛି ।ଜାତୀୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଦକ୍ଷତାକୁ ଏହି ସଫଳତା ପ୍ରମାଣିତ କରିଛି । ଏହି ଅବସରରେ ବିଭାଗର ଅଧିକାରୀ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ।

ସୌଜନ୍ୟ ସମ୍ବାଦ

Show More
Back to top button