ରାଜ୍ୟ
Accident: ଭାରସାମ୍ୟ ହରାଇ ୩୦ ଫୁଟ ପୋଲତଳକୁ ଖସିଲା ଅଟୋ; ୫ ଗୁରୁତର
ଭାରସାମ୍ୟ ହରାଇ ଖଡ଼ଖାଇ ନଦୀ ପୋଲତଳକୁ ଖସିଲା ଦ୍ରୁତଗାମୀ ଓଟୋ। ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ସମସ୍ତେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର...

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଭାରସାମ୍ୟ ହରାଇ ଖଡ଼ଖାଇ ନଦୀ ପୋଲତଳକୁ ଖସିଲା ଦ୍ରୁତଗାମୀ ଓଟୋ। ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ସମସ୍ତେ ମୟୂରଭଞ୍ଜଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ ଚିକିତ୍ସା ପାଇଁ ରାଇରଙ୍ଗପୁର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ ଓଟୋ ଚାଳକ ଫେରାର ହୋଇଯାଇଛି।
ସୌଜନ୍ୟ ସମ୍ବାଦ




