ରାଜ୍ୟ
MoU: ୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର
ଓଡ଼ିଶାର ବିଭିନ୍ନ ଯୁବପିଢ଼ିଙ୍କ ଦକ୍ଷତାକୁ ଶାଣିତ କରି ସେମାନଙ୍କୁ ନିଯୁକ୍ତି ଉପଯୋଗୀ ତାଲିମ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ବ୍ୟବସ୍ଥାକୁ କିପରି ଆହୁରି ସୁଦୃଢ଼ କରାଯିବ ସେନେଇ ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା...

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଯୁବପିଢ଼ିଙ୍କ ଦକ୍ଷତାକୁ ଶାଣିତ କରି ସେମାନଙ୍କୁ ନିଯୁକ୍ତି ଉପଯୋଗୀ ତାଲିମ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ବ୍ୟବସ୍ଥାକୁ କିପରି ଆହୁରି ସୁଦୃଢ଼ କରାଯିବ ସେନେଇ ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ୨୫ଟି ପ୍ରମୁଖ ସରକାରୀ ଓ ଘରୋଇ ବୈଷୟିକ ଏବଂ ଅଣବୈଷୟିକ ବିଶ୍ୱବିଦ୍ୟାଳୟ, ଡିଗ୍ରୀ ଇଞ୍ଜିନିୟରିଂ କଲେଜ ଏବଂ ପଲିଟେକନିକ୍ ସହିତ ବିଶ୍ୱ ଦକ୍ଷତା କେନ୍ଦ୍ରର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।
ସୌଜନ୍ୟ ସମ୍ବାଦ




