ରାଜ୍ୟ

Accident: ଶୋଇଥିବା ବେଳେ କାନ୍ଥ ପଡ଼ିଲା, ଅଳ୍ପକେ ବର୍ତିଲେ ମହିଳା

ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ କାନ୍ଥ ଭୁଶୁଡ଼ି ଜଣେ ମହିଳା ଆହାତ ହୋଇଛନ୍ତିI ସୂଚନାରୁ ଜଣାପଡିଛି ଆଜି ସନ୍ଧ୍ୟାରେ ଦ୍ରୌପଦୀ ମଣ୍ଡାଙ୍ଗୀ ଶୋଇଥିବା ବେଳେ ହଠାତ କାନ୍ଥ ଭୁଷୁଡ଼ି ତାଙ୍କ ଉପରେ...

ରାୟଗଡ଼ା (ଶିବ ପ୍ରସାଦ ଦୋରା): ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ କାନ୍ଥ ଭୁଶୁଡ଼ି ଜଣେ ମହିଳା ଆହାତ ହୋଇଛନ୍ତିI ସୂଚନାରୁ ଜଣାପଡିଛି ଆଜି ସନ୍ଧ୍ୟାରେ ଦ୍ରୌପଦୀ ମଣ୍ଡାଙ୍ଗୀ ଶୋଇଥିବା ବେଳେ ହଠାତ କାନ୍ଥ ଭୁଷୁଡ଼ି ତାଙ୍କ ଉପରେ ପଡିଯାଇଥିଲାI କିନ୍ତୁ ସୌଭାଗ୍ୟବସତ ସାମାନ୍ୟ ଆହତ ହୋଉ ଅଳ୍ପକେ ବର୍ତ୍ତୀ ଯାଇଥିଲେI

ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେI ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ପରେ ସେ ସୁସ୍ଥ ଥିବା ଜଣାପଡ଼ିଛିI ଜିଲ୍ଳାରେ ଆଜି ପ୍ରବଳ ବର୍ଷା ହୋଇଥିବା ବେଳେ ରାମନାଗୁଡ଼ା ବ୍ଲକରେ ମଧ୍ୟ ବ୍ୟାପକ କ୍ଷୟ କ୍ଷତି ହୋଇଛିI ବ୍ଲକର ବ୍ୟାପକ ଚାଷ ଅଞ୍ଚଳ ଜଳ ମଗ୍ନ ହୋଇଛିI

ସେହିପରି କଲ୍ୟାଣସିଂପୁର ବ୍ଲକରେ ମଧ୍ୟ କାନ୍ଥ ପଡି ଜଣେ ଯୁବତୀ ଆହତ ହୋଇଛନ୍ତିI ଜିଲ୍ଲାରେ ୩୦ରୁ ଉର୍ଧ୍ଵ ଗୃହ ଭାଙ୍ଗିଥିବାବେଳେ ଜନ ଜୀବନ ପ୍ରଭାବିତ ହୋଇଛିI ଗୁଣପୁର ଓ କାଶୀପୁର ବ୍ଲକରେ ବର୍ଷା ଜନିତ ନଷ୍ଟ ଅଧିକା ହୋଇଥିବା ସୂଚନା ମିଳିଛିI ତଦନ୍ତ ପରେ ପ୍ରକୃତ କ୍ଷକ୍ଷତି ରିପୋର୍ଟ ଜଣାପଡିବ ବୋଲି ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତିI

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button