ରାଜ୍ୟ

School closed: ଆସନ୍ତାକାଲି ୩ଟି ଜିଲ୍ଲାର ୧୭ଟି ବ୍ଲକରେ ସ୍କୁଲ-ଅଙ୍ଗନବାଡ଼ି ବନ୍ଦ

୨୦୨୬ ଅଗଷ୍ଟ ୨୪ରେ ରାଜ୍ୟର ୩ଟି ଜିଲ୍ଲାର ୧୭ଟି ବ୍ଲକର ସମସ୍ତ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ବନ୍ଦ ରହିବ। ଏହି ବ୍ଲକଗୁଡ଼ିକରେ ଥିବା ଅଙ୍ଗନବାଡ଼ିଗୁଡ଼ିକ ମଧ୍ୟ ପିଲାଙ୍କ ପାଇଁ ବନ୍ଦ ରହିବ। ସ୍କୁଲ ଏବଂ ଅଙ୍ଗନବାଡ଼ି ବନ୍ଦ ତାଲିକାରେ...

ଭୁବନେଶ୍ବର: ୨୦୨୬ ଅଗଷ୍ଟ ୨୪ (ସୋମବାର)ରେ ରାଜ୍ୟର ୩ଟି ଜିଲ୍ଲାର ୧୭ଟି ବ୍ଲକର ସମସ୍ତ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ବନ୍ଦ ରହିବ। ଏହି ବ୍ଲକଗୁଡ଼ିକରେ ଥିବା ଅଙ୍ଗନବାଡ଼ିଗୁଡ଼ିକ ମଧ୍ୟ ପିଲାଙ୍କ ପାଇଁ ବନ୍ଦ ରହିବ। ସ୍କୁଲ ଏବଂ ଅଙ୍ଗନବାଡ଼ି ବନ୍ଦ ତାଲିକାରେ ଯାଜପୁରଭଦ୍ରକ ଏବଂ ନବରଂଗପୁର ଜିଲ୍ଲା ସାମିଲ ଅଛି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ୮ଟି ବ୍ଲକରେ ୧୬୨ଟି ସ୍କୁଲ ବନ୍ଦ ରହିବ। ଏଥି ସହିତ ଏହି ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ସେହିପରି ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲା ଭଦ୍ରକ, ତିହିଡି, ଓ ଚାନ୍ଦବାଲିରେ ୮୯ଟି ସ୍କୁଲ ୨୪ ଅଗଷ୍ଟ ୨୦୨୬ରେ ବନ୍ଦ ରହିବ।

ଓଡ଼ିଶାର ଅନେକ ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ନବରଂଗପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଂଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁସାରେ ଆସନ୍ତାକାଲି (୨୦୨୬ ଅଗଷ୍ଟ ୨୪)ରେ ନବରଂଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି, ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ ସ୍କୁଲ ଏବଂ ଅଙ୍ଗନବାଡ଼ିରେ ଯଦିଓ ପାଠ ପଢ଼ା ଯିବ ନାହିଁ, କିନ୍ତୁ ପ୍ରଧାନଶିକ୍ଷକ/ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମଚାରୀମାନେ ନିଜନିଜ କର୍ମସ୍ଥଳରେ ଉପସ୍ଥିତ ରହିବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button