ଦେଶ ବିଦେଶ

Allegations: ଭୋଟର ସ୍ଲିପ୍‌ରେ ତ୍ରୁଟିକୁ ନେଇ ବିବାଦ : ନାମର ଭୁଲ୍‌ ଅନୁବାଦକୁ ନେଇ ଉଠିଲା ଜାତିଗତ ପକ୍ଷପାତ ଅଭିଯୋଗ

ଉତ୍ତରପ୍ରଦେଶରେ ଭୋଟର ସ୍ଲିପ୍‌ରେ ନାମ ଭୁଲ୍‌ ଭାବେ ଲେଖାଯିବା ଘଟଣାକୁ ନେଇ ଜାତିଗତ ପକ୍ଷପାତ ଅଭିଯୋଗ ଉଠିଛି। ଏହାର ଜବାବ ଦେଇ ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା କହିଛନ୍ତି, କମ୍ପ୍ୟୁଟର ଓ ସଫ୍ଟୱେର୍‌ ଜାତିଗତ ପକ୍ଷପାତ କରନ୍ତି ନାହିଁ।

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଭୋଟର ସ୍ଲିପ୍‌ରେ ନାମ ଭୁଲ୍‌ ଭାବେ ଲେଖାଯିବା ଘଟଣାକୁ ନେଇ ଜାତିଗତ ପକ୍ଷପାତ ଅଭିଯୋଗ ଉଠିଛି। ଏହାର ଜବାବ ଦେଇ ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା କହିଛନ୍ତି, କମ୍ପ୍ୟୁଟର ଓ ସଫ୍ଟୱେର୍‌ ଜାତିଗତ ପକ୍ଷପାତ କରନ୍ତି ନାହିଁ। ଏହା ସହିତ ସେ କଟାକ୍ଷ କରି କହିଛନ୍ତି, ଭଲ ହେଲା, ରାମ କୌଣସି ସଂଖ୍ୟାଲଘୁଙ୍କୁ ମାରିନାହାନ୍ତି। ନଚେତ୍‌ ଜାତିବାଦ ସହ ସାମ୍ପ୍ରଦାୟିକତାର ଅଭିଯୋଗ ମଧ୍ୟ ଆସିଥାନ୍ତା।

ଆମ୍‌ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ଏହି ତ୍ରୁଟିକୁ ନେଇ ପ୍ରଶ୍ନ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ଭୋଟର ସ୍ଲିପ୍‌ରେ ‘ରାମହିତ ଯାଦବ’ ନାମକୁ ଭୁଲ୍‌ ଭାବେ ‘ରାମ ନେ ଯାଦବ କୋ ମାରା’ ବୋଲି ଲେଖାଯାଇଥିଲା। ଏହାର ଅର୍ଥ ‘ରାମ ଯାଦବଙ୍କୁ ମାରିଲେ’। ସଞ୍ଜୟ ସିଂହ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଶ୍ନ କରିଥିଲେ, କାହିଁକି କେବଳ ଯାଦବଙ୍କୁ ରାମ ମାରିଲେ ବୋଲି ଦର୍ଶାଯାଇଛି? ସିଂହ, ପାଠକ, ଆସ୍ଥାନା, ଶର୍ମା, ରାୟ କିମ୍ବା ବିଷ୍ଟଙ୍କ କ୍ଷେତ୍ରରେ ଏପରି କାହିଁକି ହୋଇନାହିଁ? କମ୍ପ୍ୟୁଟର ଜାତିଗତ ପକ୍ଷପାତ କରୁଛି କି ବୋଲି ସେ ପ୍ରଶ୍ନ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button