ମନୋରଞ୍ଜନ

Amitabh Bachchan Health: ସର୍ଜରୀ ହେବାର ଖବର ଦେଲେ ଅମିତାଭ, ଇମୋସନାଲ୍ ହୋଇ ବ୍ଲଗରେ ଲେଖିଲେ ଏମିତି କିଛି

ମୁମ୍ବାଇ ୨୧/୦୭: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଏହା ବ୍ୟତୀତ ସେ ନିୟମିତ ଭାବରେ ବ୍ଲଗ୍ ମଧ୍ୟ ଲେଖନ୍ତି। କିନ୍ତୁ ଏକ ସାମ୍ପ୍ରତିକ ବ୍ଲଗ୍ ପୋଷ୍ଟରେ, ସେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସେୟାର କରିଛନ୍ତି ଯାହା ‘ବିଗ୍ ବି’ଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଏହି ବ୍ଲଗ୍‌ରେ ଅମିତାଭ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ଅସ୍ତ୍ରୋପଚାର କରାଯିବା ବିଷୟରେ ଲେଖିଛନ୍ତି।

ଅମିତାଭ ତାଙ୍କ ବ୍ଲଗ୍‌ରେ ହସ୍ପିଟାଲ୍, ଆଇସିୟୁ ଏବଂ ସର୍ଜରୀ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ବ୍ଲଗ୍‌ରେ ସେୟାର କରିଥିବା ପୋଷ୍ଟରେ ସର୍ଜରୀ କରିବା ଏବଂ ଆଇସିୟୁରେ ରହିବା ସହିତ ମାନସିକ ଏବଂ ଶାରୀରିକ ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି। ବିଗ୍ ବି ଲେଖିଛନ୍ତି, “ହସ୍ପିଟାଲରେ ସର୍ଜରୀ ଏବଂ ଆଇସିୟୁରେ ରହିବା, ଦକ୍ଷ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ରହିବା, ତା’ପରେ ଡିସଚାର୍ଜ ହେବା ଏବଂ ଘରକୁ ଫେରିବା।”

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button