ମନୋରଞ୍ଜନ

John Abraham : ୮୪ କୋଟି ଟଙ୍କାର ରୟାଲ୍ ବଙ୍ଗଳା କିଣିଲେ ଜନ୍ ଆବ୍ରାହମ୍, କାହିଁକି ଏତେ ଖାସ୍ ଏହି ଘର..

ମୁମ୍ବାଇର ଭିଆଇପି ଅଞ୍ଚଳ ହେଉଛି ବାନ୍ଦ୍ରା ।ଏଠାରେ ରହିଛି ବଡ଼ବଡ଼ ସେଲିବ୍ରିଟିଙ୍କ ଫ୍ଲାଟ୍ ।ଏବେ ବାନ୍ଦ୍ରା ଅଞ୍ଚଳରେ ଅଭିନେତା ଜନ୍ ଆବ୍ରାହମ୍ ଏକ ବିଳାସପୂର୍ଣ୍ଣ ଏବଂ ବଡ଼ ରିଅଲ୍ ଇଷ୍ଟେଟ୍ ଡିଲ୍ କରିଛନ୍ତି ।

ମୁମ୍ବାଇ,୨୧ \୭ : ବଲିଉଡର ଫିଟ୍ ଓ ଡ୍ୟାସିଂ ଅଭିନେତା ଜନ୍ ଆବ୍ରାହମ୍ । ନିକଟରେ ମୁମ୍ବାଇର ରିଅଲ୍ ଇଷ୍ଟେଟ୍ ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ଡିଲ୍ କରିଛନ୍ତି । ସେ ସହରର ସବୁଠାରୁ ଚର୍ଚ୍ଚିତ ବା ମହଙ୍ଗା ଅଞ୍ଚଳରେ ଏକ ସମ୍ପତ୍ତି କିଣିଛନ୍ତି । ରିଅଲ୍ ଇଷ୍ଟେଟ୍ ରିସର୍ଚ୍ଚ ଫର୍ମ ଲିଆସେସ୍ ଫୋରାସ ଦ୍ୱାରା ପ୍ରାପ୍ତ ସମ୍ପତ୍ତି କାଗଜପତ୍ର ଅନୁଯାୟୀ, ବଙ୍ଗଳାଟି ବାନ୍ଦ୍ରାର ଏକ ପ୍ରିମିୟମ୍ ଆବାସିକ ଅଞ୍ଚଳ ସେଣ୍ଟ ମାର୍ଟିନ୍ସରେ ଅବସ୍ଥିତ । ଏହି ଅଞ୍ଚଳର ଶାନ୍ତ,ସବୁଜିମା ଏବଂ ହାଇ ପ୍ରୋଫାଇଲ୍ ପଡ଼ୋଶୀଙ୍କ ପାଇଁ ଜଣାଶୁଣା ।

ଏହି ସମ୍ପତ୍ତିଟି 1,017.60 ବର୍ଗ ମିଟରର ଏକ ବିଶାଳ ପ୍ଲଟ୍ ଉପରେ ବିସ୍ତାରିତ। ସବା ତଳ ଫ୍ଲୋରରେ ମୁଖ୍ୟ ବଙ୍ଗଳା ନିର୍ମାଣ ହୋଇଛି, ଯାହା ପ୍ରାୟ 193.12 ବର୍ଗ ମିଟରର । ଏହା ବ୍ୟତୀତ, ମୁଖ୍ୟ ବଙ୍ଗଳା ନିକଟରେ ପ୍ରାୟ 31.50 ବର୍ଗ ମିଟର ପରିମିତ ଆଉ ଏକ ଆଉଟ ହାଉସ୍ ମଧ୍ୟ ରହିଛି ,ଯାହା ଏହି ସମ୍ପତ୍ତିର ଏକ ଅଂଶ । ସରକାରୀ ଦଲିଲ ଅନୁଯାୟୀ, ଏହି ଡିଲର ଆଇନଗତ ପଞ୍ଜୀକରଣ ୧୪ ଜୁଲାଇ, ୨୦୨୬ରେ ସମାପ୍ତ ହୋଇଥିଲା। ଜନ୍ ଆବ୍ରାହମ ଏହାକୁ ୮୪ କୋଟି ଟଙ୍କା ମୂଲ୍ୟରେ କିଣିଥିଲେ । ଏହା ସହିତ ଆନୁଷ୍ଠାନିକ ପଞ୍ଜୀକରଣ ପାଇଁ ଅଭିନେତା ୫.୦୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେୟ ଦେଇଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button