Andhra booth: ନଇଁଲା ଆନ୍ଧ୍ର, ହଟିଲା ବୁଥ୍: ନେରେଡ଼ିୱାଲସା ବଦଳରେ ଆନ୍ଧ୍ରର ସାରିକାରେ ବୁଥ୍
କୋଟିଆରେ ହେବନି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। ଓଡ଼ିଶାର ତୀବ୍ର ବିରୋଧ ପରେ ନଇଁଛି ଆନ୍ଧ୍ର। କୋଟିଆ ପଞ୍ଚାୟତର ନେରେଡିୱାଲସାରେ ହେବାକୁ ଥିବା ବୁଥ୍କୁ ଆନ୍ଧ୍ର ନିଜ ସୀମା ଭିତରେ ଥିବା ସାରିକାକୁ ଉଠାଇ ନେଇଛି।

ପଟାଙ୍ଗି/କୋରାପୁଟ: କୋଟିଆରେ ହେବନି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। ଓଡ଼ିଶାର ତୀବ୍ର ବିରୋଧ ପରେ ନଇଁଛି ଆନ୍ଧ୍ର। କୋଟିଆ ପଞ୍ଚାୟତର ନେରେଡିୱାଲସାରେ ହେବାକୁ ଥିବା ବୁଥ୍କୁ ଆନ୍ଧ୍ର ନିଜ ସୀମା ଭିତରେ ଥିବା ସାରିକାକୁ ଉଠାଇ ନେଇଛି। ଯାହା ଓଡ଼ିଶାର ମିସନ୍ କୋଟିଆକୁ ବଡ଼ ସଫଳତା ଦେଇଛି। ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, କୋଟିଆ ସ୍ବତନ୍ତ୍ର ଅଧିକାରୀ ସୌରଭ ନାୟକଙ୍କ ତତ୍ତ୍ବାବଧାନରେ ୯ ମାଜିଷ୍ଟ୍ରେଟ, ଦୁଇ ଅତିରିକ୍ତ ଏସ୍ପି, ୪ ଡିଏସ୍ପି, ୪ ଏସ୍ଡିପିଓ, ୧୫ ଆଇଆଇସି, ୨୦ ଏସ୍ଆଇ, ୨୫ ଏଏସ୍ଆଇଙ୍କ ସହ ମୋଟ ୧୪ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଥିବା ବେଳେ ନେରେଡିୱାଲସାରେ ୪ ପ୍ଲାଟୁନ୍ ପୁଲିସ ସୀମାକୁ ଜଗି ରହିଛନ୍ତି। ସେହିପରି ଫଗୁଣସିନେରୀ ଓ ଉପରସେମ୍ବିରେ ମଧ୍ୟ ଓଡ଼ିଶା ପୁଲିସକୁ ମୁତୟନ କରାଯାଇଛି। ଆସନ୍ତାକାଲି ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ହେବ। ବିବାଦୀୟ କୋଟିଆର ୨୧ ଖଣ୍ଡ ଗ୍ରାମରେ ଅନୁପ୍ରବେଶ ଜାରି ରଖିଥିବା ଆନ୍ଧ୍ର ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ପଦ ଲାଗି କୋଟିଆରୁ ଭୋଟ ହାତେଇବାକୁ ନେରେଡ଼ିୱାଲସାରେ ବୁଥ୍ କରିଥିଲା।
ସୌଜନ୍ୟ ସମ୍ବାଦ




