ଜିଲ୍ଲାରାଜ୍ୟ

୫ ପ୍ରକଳ୍ପ ଉଦ୍‌ଘାଟନକଲେ ବିଧାୟକ ରାମଚନ୍ଦ୍ର କାଡାମ

ନନ୍ଦପୁର,୧୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗସ୍ତରେ ଆସି ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ୫ ପ୍ରକଳ୍ପର ମଙ୍ଗଳବାର ଉଦ୍‌ଘାଟନ କରିଛନ୍ତି। ୮ ଲକ୍ଷ ଟଙ୍କା ବେୟରେ ନିର୍ମିତ ବ୍ଲକ ସଦର ମହକୁମାସ୍ଥିତ ସର୍ବେଶ୍ୱର ମନ୍ଦିର ଭୋଗମଣ୍ଡପ, ଥୁବା ପଞ୍ଚାୟତ କୁକୁଡ଼ାପୁଟ ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀଗୃହ, ବାଡେଲ ପଞ୍ଚାୟତ ସଦର ମହକୁମାସ୍ଥିତ ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀଗୃହ, ୧୬ ଲକ୍ଷ ଟଙ୍କା ବିନିମୟର ଗୋଲୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀଗୃହ ଓ ଖୁଡ଼ୁବ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ଉଦ୍‌ଘାଟିତ ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ସର୍ବଦା ଚେଷ୍ଟା କରୁଥିବା ସେ କହିଛନ୍ତି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତ୍ତୁଲ, ସରପଞ୍ଚ, ସମିତିସଭ୍ୟ, ଏମ୍‌ପି ପ୍ରତିନିଧି ଗୋପାଳ ମାଟାମ ଓ କାମେଶ କାମୁଡି ପ୍ରମୁଖ ଉପସ୍ଥିତ ଥିଲେ।

 

 

ସୌଜନ୍ୟ ଧରିତ୍ରୀ

Show More
Back to top button