Arrest: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ହତ୍ୟା ଧମକ ଅଭିଯୋଗ
ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କଟଙ୍ଗପାଣି ଗ୍ରାମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଲକ୍ଷ୍ମଣ ପଟେଲ (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜମନକିରା (ରାଜେନ୍ଦ୍ର ନାଏକ):ସମ୍ବଲପୁରଜିଲ୍ଲାଜମନକିରା ଥାନା ଅନ୍ତର୍ଗତ କଟଙ୍ଗପାଣି ଗ୍ରାମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଲକ୍ଷ୍ମଣ ପଟେଲ (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, କୁଚିଣ୍ଡା ଥାନା ଅନ୍ତର୍ଗତ ଲିଙ୍ଗାପାଲି ମୂଳ ବାସିନ୍ଦା ଲକ୍ଷ୍ମଣ ପଟେଲ୍ ଦୀର୍ଘ ବର୍ଷ ହେଲା ଜମନକିରା ଥାନା ଅଂଚଳ କଟଙ୍ଗପାଣି ଗାଁ ରେ ଘର ଜୋଇଁ ଭାବରେ ରହୁଛନ୍ତି।
ଗତ ୯ ତାରିଖ ରାତି ପ୍ରାୟ ୯ଟା ସମୟରେ ଅଭିଯୁକ୍ତ ଲକ୍ଷ୍ମଣ ପଟେଲ କଟଙ୍ଗପାଣି ଗ୍ରାମର ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ପିନ୍ଧିଥିବା ପୋଷାକ ଟାଣିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମହିଳା ଜଣକ ଏହାର ପ୍ରତିରୋଧ କରି ଚିତ୍କାର କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫେରାର ହେବା ସମୟରେ ସେ ମହିଳାଙ୍କୁ ହତ୍ୟା ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ସୌଜନ୍ୟ ସମ୍ବାଦ