ରାଜ୍ୟ

Bargarh Dhanu Yatra ଜାନୁଆରି ୧୨ରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ବଦଳିବ କଂସ ମହାରାଜ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ୨୦୨୭ ଜାନୁଆରୀ ୧୨ରୁ ୨୨ ଯାଏଁ ଚାଲିବ। କଂସ ଭୂମିକା ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ସ୍ୱଚ୍ଛ ପ୍ରକ୍ରିୟାରେ କଳାକାର ଚୟନ ହେବ।

ବରଗଡ଼: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଧନୁଯାତ୍ରାର ୭୮ତମ ସଂସ୍କାର ଜାନୁଆରି ୧୨ରୁ ଆରମ୍ଭ ହେବ। ତେବେ ଚଳିତ ଧନୁଯାତ୍ରାରେ କଂସ କିଏ ହେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ବୈଠକରୁ ମିଳିଥିବା ସୂଚନା ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ୨,୧୩,୩୧,୨୩୯ ଟଙ୍କାର ବଳକା ପାଣ୍ଠି ରହିଛି।  ୨୦୨୫-୨୬ ବର୍ଷ ପାଇଁ ମୋଟ ୩,୫୦,୮୭,୮୧୬ ଟଙ୍କା ଖର୍ଚ୍ଚ ହୋଇଛି। ଏହି ସମୀକ୍ଷା ସହିତ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ ଏଥର ଧନୁଯାତ୍ରା ଶେଷ ହେବାର ୩୦ ଦିନ ମଧ୍ୟରେ ବିଭିନ୍ନ କମିଟି ଏବଂ ସେଗୁଡ଼ିକର ଆବାହକମାନେ ସେମାନଙ୍କର ସମସ୍ତ ଖର୍ଚ୍ଚ ହିସାବ ସମିତି ନିକଟରେ ଦାଖଲ କରିବେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button