ରାଜ୍ୟ
Arrested: ବାଇକ୍ ଡିକି ଭାଙ୍ଗି ୫୦ ହଜାର ଲୁଟ୍: ଗଜପତିରୁ ୨ ଲୁଟେରା ଗିରଫ
ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗଜପତି ଜିଲ୍ଲାରୁ ଗିରଫ କରିଛି କଣ୍ଟାବାଞ୍ଜି ପୁଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆନ୍ଧ୍ରପ୍ରଦେଶର କପରଟିପା ଗାଁର ପେଟଲା ଦେବାଧନମ୍ ଏବଂ ଗୋଡେଟି ସଲମା।

କଣ୍ଟାବାଞ୍ଜି: ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗଜପତି ଜିଲ୍ଲାରୁ ଗିରଫ କରିଛି କଣ୍ଟାବାଞ୍ଜି ପୁଲିସ। ଗତ ଅଗଷ୍ଟ ୧ ତାରିଖରେ କଣ୍ଟାବାଞ୍ଜି ସହରର ୨ ନମ୍ବର ରୋଡ୍ରେ ଏହି ଲୁଟ୍ ଘଟିଥିଲା।
ସୂଚନା ଅନୁସାରେ, ତୁରେକେଲା ବ୍ଲକ୍ କୁଇବହାଲ ଗାଁର ତ୍ରିବେଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ। ପରେ ନିକଟସ୍ଥ ଏକ ମୁଢ଼ି ଠେଲାରେ ଖାଉଥିବା ସମୟରେ ଦୁର୍ବୃତ୍ତମାନେ ସୁଯୋଗ ନେଇ ବାଇକ୍ ଡିକି ଖୋଲି ଟଙ୍କା ନେଇ ଫେରାର ହୋଇଯାଇଥିଲେ।
ସୌଜନ୍ୟ ସମ୍ବାଦ




