Asia Cup : ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ ନକଭି, ପୁରସ୍କାର ଗ୍ରହଣ କରିବାକୁ ମନାକଲା U-19 ଭାରତୀୟ ଦଳ

ଏସୀୟ କ୍ରିକେଟ ପରିଷଦର ସଭାପତି ମୋହସିନ ନକଭି ରବିବାର ଦିନ ପୁଣି ଥରେ ହଟହଟା ହୋଇଛନ୍ତି । ପାକିସ୍ତାନ ଦଳ ୧୯ ବର୍ଷରୁ କମ ଏସିଆ କପ ଟ୍ରଫିର ବିଜେତା ହୋଇଥିବାବେଳେ ଭାରତ ଉପବିଜେତା ବା ରନର୍ସ ଅପ ହୋଇଛି । କିନ୍ତୁ ଏଥର ମଧ୍ୟ ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଛି ।

ACC : ଏସୀୟ କ୍ରିକେଟ ପରିଷଦର ସଭାପତି ମୋହସିନ ନକଭି ରବିବାର ଦିନ ପୁଣି ଥରେ ହଟହଟା ହୋଇଛନ୍ତି । ପାକିସ୍ତାନ ଦଳ ୧୯ ବର୍ଷରୁ କମ ଏସିଆ କପ ଟ୍ରଫିର ବିଜେତା ହୋଇଥିବାବେଳେ ଭାରତ ଉପବିଜେତା ବା ରନର୍ସ ଅପ ହୋଇଛି । କିନ୍ତୁ ଏଥର ମଧ୍ୟ ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଛି ।

ଭାରତୀୟ ଦଳ ଫାଇନାଲ ମ୍ୟାଚ୍ ପରେ ମଞ୍ଚକୁ ମଧ୍ୟ ଯାଇ ନଥିଲା, ବରଂ ପୋଡିୟମ ନିକଟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଆସୋସିଏଟ୍ ସଦସ୍ୟ ନିର୍ଦ୍ଦେଶକ ମୁବାଶିର ଉସମାନିଙ୍କଠାରୁ ସେମାନଙ୍କର ପଦକ ଗ୍ରହଣ କରିଥିଲା।

ଗତ ସେପ୍ଟେମ୍ବର ମାସରେ ହୋଇଥିବା ସିନିୟର ଏସିଆ କପରେ ଭାରତ ଚାମ୍ପିୟନ ହେବା ପରେ ନକଭିଙ୍କଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲା । ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା ଓ ବିବାଦ ଏବେ ବି ଜାରି ରହିଛି ଓ ଟ୍ରଫି ଭାରତ ହାତକୁ ଫେରିନାହିଁ । ବିସିସିଆଇର ଚାପ ସତ୍ତ୍ବେ ନକଭି ଏବେ ବି ଟ୍ରଫିକୁ ଭାରତକୁ ପ୍ରଦାନ କରିନାହାନ୍ତି ।

୧୯୧ ରନରେ ହାରିଲା ଭାରତ

୧୯ ବର୍ଷରୁ କମ ପୁରୁଷ ଦିନିକିଆ ଏସିଆ କପରେ ଭାରତକୁ ୧୯୧  ରନରେ ଶୋଚନୀୟଭାବେ ପରାସ୍ତ କରିଛି ପାକିସ୍ତାନ । ଏହି ମ୍ୟାଚର ପାକିସ୍ତାନ ପକ୍ଷରୁ ଭାରତ ଆଗରେ ୩୪୮ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲେ ବି ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା ।

ସୌଜନ୍ୟ ସମ୍ବାଦ

 

Exit mobile version