ଖେଳ

Asian Games: ଏସୀୟ କ୍ରୀଡ଼ା କ୍ରିକେଟ୍‌ ସେମିଫାଇନାଲ୍‌ରେ ଭାରତ, ପାକିସ୍ତାନ

ଚଳିତ ଏସୀୟ କ୍ରୀଡ଼ା କ୍ରିକେଟ୍‌ର ପ୍ରଥମ କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ ସୋମବାର ପାକିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯିବାକୁ ଥିଲେ ବି ତାହା ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ପୂର୍ବ ରାତିରେ ନିସିନ୍‌ରେ ଲଗାଣ ବର୍ଷା ଯୋଗୁଁ ପଡ଼ିଆରେ ପାଣି ଜମି ରହିଥିଲା।

ନିସିନ୍‌: ଚଳିତ ଏସୀୟ କ୍ରୀଡ଼ା କ୍ରିକେଟ୍‌ର ପ୍ରଥମ କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ ସୋମବାର ପାକିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯିବାକୁ ଥିଲେ ବି ତାହା ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ପୂର୍ବ ରାତିରେ ନିସିନ୍‌ରେ ଲଗାଣ ବର୍ଷା ଯୋଗୁଁ ପଡ଼ିଆରେ ପାଣି ଜମି ରହିଥିଲା।

ବିନା ମୁକାବିଲାରେ ହଂକଂ ପ୍ରତିଯୋଗିତାରୁ ବିଦାୟ

ଏହି କାରଣରୁ ଟସ୍‌ ମଧ୍ୟ ପଡ଼ିପାରି ନଥିଲା। ଏହାକୁ ଦୃଷ୍ଟିରେ ରଖି ମ୍ୟାଚ୍‌ ରେଫରି ଭି.ନାରାୟନନ୍‌ କୁଟ୍ଟି ଏହି ମ୍ୟାଚ୍‌କୁ ରଦ୍ଦ ଘୋଷଣା କରିଥିଲେ। ଏହା ସତ୍ତ୍ବେ ଆଇସିସି ମାନ୍ୟତାରେ ଉଚ୍ଚରେ ଥିବାରୁ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଗୁରୁବାର ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତର ମୁକାବିଲା ଶ୍ରୀଲଙ୍କା ଓ ନେପାଳ ମଧ୍ୟରେ ହେବାକୁ ଥିବା ତୃତୀୟ କ୍ବାର୍ଟରଫାଇନାଲ୍‌ର ବିଜେତା ସହ ଖେଳାଯିବ।

ଏହା ପୂର୍ବରୁ ପ୍ରଥମ କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ ସୋମବାର ପାକିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯିବାକୁ ଥିଲେ ବି ତାହା ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ପଡ଼ିଆ ପର୍ଯ୍ୟବେକ୍ଷଣ ପରେ ମ୍ୟାଚ୍‌ ରେଫରି ଭି.ନାରାୟନନ୍‌ କୁଟ୍ଟି ଏହି ମ୍ୟାଚ୍‌କୁ ରଦ୍ଦ ଘୋଷଣା କରିଥିଲେ। ହଂକଂ ତୁଳନାରେ ଉଚ୍ଚ ଆଇସିସି ମାନ୍ୟତା ଯୋଗୁଁ ପାକିସ୍ତାନ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ବିନା ମୁକାବିଲାରେ ହଂକଂ ପ୍ରତିଯୋଗିତାରୁ ବିଦାୟ ନେଇଛି। ଅକ୍ଟୋବର ୧ରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ୍‌ରେ ପାକିସ୍ତାନର ମୁକାବିଲା ବାଂଲାଦେଶ ଓ ମାଲେସିଆ ମଧ୍ୟରେ ହେବାକୁ ଥିବା ଚତୁର୍ଥ କ୍ବାର୍ଟରଫାଇନାଲ୍‌ ବିଜେତା ସହ ହେବ। ଯଦି ଭାରତ ଓ ପାକିସ୍ତାନ ନିଜ ନିଜର ସେମିଫାଇନାଲ୍‌ ମ୍ୟାଚ୍‌ ଜିତନ୍ତି ତେବେ ଫାଇନାଲ୍‌ରେ ଏକ ଐତିହାସିକ ମୁକାବିଲା ଦେଖିବାକୁ ମିଳିପାରେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button