ଦେଶ ବିଦେଶ
Assam Flood : ଆସାମରେ ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି
ଆସାମରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର । ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟା ଜନିତ ବିଭିନ୍ନ କାରଣରୁ ୨୧ ଜଣଙ୍କର ମୃତ୍ୟୁ ଘଟିଛି ।

ଗୁଆହାଟି: ଲଗାଣ ବର୍ଷା ଲାଗି ରହିଛି । ଦେଶର ବିଭିନ୍ନ ଭାଗରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆସାମରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ଚିନ୍ତା ବଢାଇଛି । ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟା ଜନିତ ବିଭିନ୍ନ କାରଣରୁ ୨୧ ଜଣଙ୍କର ମୃତ୍ୟୁ ଘଟିଛି ।
ଆସାମରେ ବନ୍ୟା ସ୍ଥିତି ସାଙ୍ଘାତିକ
ରାଜ୍ୟର ୧୬ ଟି ଜିଲ୍ଲାର ୫.୬୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେହିପରି ୮୭୨ ଟି ଗ୍ରାମ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ଜଳମଗ୍ନ । ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଥିବାରୁ ବ୍ୟାପକ ଫସଲ ହାନି ହୋଇଛି, ଯାହା ଚାଷୀଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି।
ସୌଜନ୍ୟ ସମ୍ବାଦ




