Iran America War : ଇରାନର ବିମାନ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ ଧ୍ୱଂସ କଲା ଆମେରିକା
ଇରାନ ଉପରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ । ବିମାନ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ ଧ୍ୱଂସ କଲା ଆମେରିକା ସେନା । ଯାହାଦ୍ବାରା ଇରାନର ବିମାନ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି।

ତେହେରାନ: ଇରାନ ଉପରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ । ବିମାନ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ ଧ୍ୱଂସ କଲା ଆମେରିକା ସେନା । ଯାହାଦ୍ବାରା ଇରାନର ବିମାନ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। ଆମେରିକୀୟ ବାୟୁସେନା ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ପାଇଁ ଏହାର ଏୟାରକ୍ରାଫ୍ଟ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ଗୁଡ଼ିକୁ ଟାର୍ଗେଟ କରିଥିବା ସୂଚନା । ଏହି ଆକ୍ରମଣ ଇରାନ ପାଇଁ ଏକ ବଡ଼ ଆର୍ଥିକ ଓ ସାମରିକ ଝଟକା ବୋଲି ବିବେଚନା କରାଯାଉଛି ।
ତୀବ୍ର ହେଉଛି ଇରାନ-ଆମେରିକା ଯୁଦ୍ଧ
CENTCOM କହିଛି ଯେ ଗତ ତିନି ମାସ ମଧ୍ୟରେ, ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା ୩୦ ରୁ ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଛି। ଯାହାଦ୍ବାରା ଶହ ଶହ ନାବିକଙ୍କ ଜୀବନ ଯାଇଛି। ଏପଟେ ରାଷ୍ଟ୍ରୂପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଇରାନ ସହିତ ଆଲୋଚନା କରିବାରେ ତାଙ୍କର କୌଣସି ଆଗ୍ରହ ନାହିଁ। ସେ ଇଙ୍ଗିତ ଦେଇଛନ୍ତି ଯେ ଆମେରିକା ସେନା ଖୁବ୍ ଶୀଘ୍ର ଇରାନର ପ୍ରମୁଖ ସ୍ଥାନରେ ଆକ୍ରମଣ କରିପାରେ ।
ସୌଜନ୍ୟ ସମ୍ବାଦ




