Assam Flood: ଜଳ ପ୍ରଳୟରେ ଦେଶ ଅସ୍ତବ୍ୟସ୍ତ ! ୮୨ ଜୀବନ ନେଲାଣି ଆସାମ ବନ୍ୟା
ଆସାମରୁ କାଶ୍ମୀର ଓ ଗୁଜରାଟ ପର୍ଯ୍ୟନ୍ତ ସବୁଆଡ଼େ ‘ଜଳ ପ୍ରଳୟ’ର ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି। ବନ୍ୟାର ସବୁଠାରୁ ଅଧିକ ପ୍ରଭାବ ଆସାମରେ ପଡ଼ିଥିବାବେଳେ ଏପର୍ଯ୍ୟନ୍ତ ୮୨ ଜଣଙ୍କର ପ୍ରାଣହାନି ଘଟିଛି ।

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଆସାମରୁ କାଶ୍ମୀର ଓ ଗୁଜରାଟ ପର୍ଯ୍ୟନ୍ତ ସବୁଆଡ଼େ ‘ଜଳ ପ୍ରଳୟ’ର ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି । ବନ୍ୟାର ସବୁଠାରୁ ଅଧିକ ପ୍ରଭାବ ଆସାମରେ ପଡ଼ିଥିବାବେଳେ ଏପର୍ଯ୍ୟନ୍ତ ୮୨ ଜଣଙ୍କର ପ୍ରାଣହାନି ଘଟିଛି। ଶିବସାଗର,ଗୋଲାଘାଟ, ଜୋରହାଟ, ନଗାଓଁ ଓ ଚରାଇଦେଓ ଜିଲ୍ଲାର ପ୍ରାୟ ଦୁଇ ଲକ୍ଷ ଲୋକ ବନ୍ୟା କବଳରେ ରହିଛନ୍ତି। ୩୭୯ଟି ଗାଁ ଜଳମଗ୍ନ ହୋଇଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ NDRF, SDRF ଓ ଅନ୍ୟାନ୍ୟ ଏଜେନ୍ସି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।
ଅନ୍ୟପଟେ, କାଶ୍ମୀରରେ ପ୍ରବଳ ବର୍ଷା ସହ ବାଦଲଫଟା ବର୍ଷା ପରିସ୍ଥିତିକୁ ଆହୁରି ସଙ୍କଟଜନକ କରିଛି । ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାର ଅନେକ ଗାଁ ଆକସ୍ମିକ ବନ୍ୟାରେ ଜଳମଗ୍ନ ହୋଇପଡ଼ିଛି । ଘରବାଡ଼ି, କୃଷିଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ବ୍ୟାପକ କ୍ଷତି ଘଟିଥିବାବେଳେ ଉଦ୍ଧାରକାରୀ ଟିମ୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ବ୍ୟସ୍ତ ଅଛନ୍ତି। ଗୁଜରାଟରେ ମଧ୍ୟ ବର୍ଷାର କରାଳ ରୂପ ଦେଖିବାକୁ ମିଳୁଛି। ଖେଡ଼ା ଜିଲ୍ଲାର ରାସ୍ତା, ବଜାର ଓ ଆବାସିକ ଅଞ୍ଚଳ ପାଣିରେ ବୁଡ଼ି ରହିଛି । ଅନେକ ଘର ଓ ଦୋକାନରେ ବନ୍ୟାଜଳ ପଶିଯାଇଛି।
ସୌଜନ୍ୟ ସମ୍ବାଦ




