ରାଜ୍ୟ

Assembly Session: ଆଜିଠୁ ମୌସୁମୀ ଅଧିବେଶନ, ୯ କାର୍ଯ୍ୟ ଦିବସରେ ଆସିପାରେ ୬ଟି ବିଲ୍

ଭୁବନେଶ୍ୱର,୨୨/୦୯: ଆଜିଠୁ  ସପ୍ତଦଶ ବିଧାନସଭାର ସପ୍ତମ  (ମୌସୁମୀ) ଅଧିବେଶନ ଆରମ୍ଭ  ହେବ । ଆସନ୍ତା ଅକ୍ଟୋବର ୩  ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ  ଧାର୍ଯ୍ୟ କରାଯାଇଛି । ତା’ ଭିତରେ ୩ଟି ଛୁଟି ଥିବାେବେଳେ ମୋଟ ୯ଟି  କାର୍ଯ୍ୟ ଦିବସ ରହିଛି ।

ଏହି ସ୍ୱଳ୍ପ ଅବଧିର ଅଧିବେଶନ  ବେଶ୍‌ ସରଗରମ ରହିବା ସମ୍ଭାବନା  ରହିଛି । ଏମ୍‌ଏମ୍‌ଡିଆର ସଂଶୋଧନ  ବିଲ୍‌ରୁ ନେଇ ପାଠ୍ୟ ପୁସ୍ତକ ତ୍ରୁଟି  ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ  ବିରୋଧୀ ଦଳ ରଣନୀତି କରିଛନ୍ତି ।  ଏମଏମଡିଆର ପ୍ରସଙ୍ଗରେ ମୋସନ  ଆଲୋଚନା ପାଇଁ ବିଜେଡି ପକ୍ଷରୁ  ନୋଟିସ ଦିଆଯାଇଥିବା ସୂଚନା  ମିଳିଛି । ଅପରପକ୍ଷରେ ସରକାର  ମଧ୍ୟ ସବୁ ପ୍ରସଙ୍ଗର ସାମ୍ନା କରିବାକୁ  ପ୍ରସ୍ତୁତି ଚଳାଇଛନ୍ତି । ବିଧାନସଭା  ସମୟରେ ଗୃହ ବାହାରେ ମଧ୍ୟ  ସରକାରଙ୍କୁ ଘେରିବା ପାଇଁ ବିରୋଧୀ  ଦଳ କାର୍ଯ୍ୟକ୍ରମ ରଖିଛନ୍ତି ।

ବାଚସ୍ପତି ସୁରମା ପାଢ଼ୀଙ୍କ  ଅଧ୍ୟକ୍ଷତାରେ ସୋମବାର ବିଧାନସଭା  ପରିସରରେ ସର୍ବଦଳୀୟ ବୈଠକ  ଅନୁଷ୍ଠିତ ହୋଇଥିଲା । ଏଥିରେ  ଉପବାଚସ୍ପତି ଭବାନୀ ଶଙ୍କର  ଭୋଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ  ସିଂହଦେଓ, ସଂସଦୀୟ ବ୍ୟାପାର  ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ  ଦଳ ମୁଖ୍ୟ ସଚେତକ ସରୋଜ  ପ୍ରଧାନ, ବିରୋଧୀ ଦଳ ଉପନେତା  ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ,  କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ  ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଧାନସଭାର  ଏହି ମୌସୁମୀ ଅଧିବେଶନକୁ ସୁରୁଖୁରୁରେ  ଚଳାଇବା ପାଇଁ ବାଚସ୍ପତି ସବୁ ଦଳର  ସହଯୋଗ ଲୋଡ଼ିଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button