ଦେଶ ବିଦେଶ
Attack: ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଛୁରୀ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର ଆହତ ଆକ୍ରମଣକାରୀ ମହିଳାଙ୍କୁ ଗୁଳି କଲା ପୁଲିସ
ନ୍ୟୁୟର୍କର ବ୍ୟସ୍ତବହୁଳ ଅଞ୍ଚଳ ଟାଇମ୍ସ ସ୍କୋୟାରରେ ଜଣେ ମହିଳା ଛୁରୀରେ ଦୁଇଜଣ ପୁରୁଷଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଆକ୍ରମଣକାରୀ ମହିଳାଙ୍କୁ ଗୁଳି କରିଛି।

ୱାସିଂଟନ: ନ୍ୟୁୟର୍କର ବ୍ୟସ୍ତବହୁଳ ଅଞ୍ଚଳ ଟାଇମ୍ସ ସ୍କୋୟାରରେ ଜଣେ ମହିଳା ଛୁରୀରେ ଦୁଇଜଣ ପୁରୁଷଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଆକ୍ରମଣକାରୀ ମହିଳାଙ୍କୁ ଗୁଳି କରିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ,ସନ୍ଦିଗ୍ଧ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଛି। ପୁଲିସ ଏହି ଘଟଣା ଆତଙ୍କବାଦ ସହିତ ଜଡିତ କି ନାହିଁ ତାହାର ଖୋଳତାଡ଼ ଚାଲିଛି। ଏହା ସହିତ ମହିଳାଙ୍କ ମାନସିକ ଅବସ୍ଥା ଯାଞ୍ଚ୍ କରାଯାଉଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ସନ୍ଦିଗ୍ଧ ମହିଳା ଜଣକ ଦୁଇଟି ଛୁରୀ ଧରିଥିଲେ। ପୁଲିସ ତାଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ସମୟରେ ସେ ପୁଲିସଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହାପରେ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଦୁଇଥର ଗୁଳି କରିଥିଲେ।
ସୌଜନ୍ୟ ସମ୍ବାଦ




